Below header

ନୂଆପଡ଼ା: ଅର୍ଥାଭାବ ସାଜିିଛି ବଇରୀ, ସଡ଼କ ଦୁର୍ଘଟଣାରେ ଆଘାତ ପାଇ ଜୀବନ ମରଣ ସହ ଜୁଝୁଛନ୍ତି ତ୍ରିଲୋଚନ

ନୂଆପଡ଼ା(କେନ୍ୟୁଜ୍): ସଡ଼କ ଦୁର୍ଘଟଣାରେ ଆଘାତ ପାଇ ଜୀବନ ମରଣ ସହ ଜୁଝୁଛନ୍ତି ତ୍ରିଲୋଚନ। ନୂଆପଡ଼ା ଜିଲ୍ଲା ବୋଡେନ୍‌ ବ୍ଲକ ରୋକାଲ ଗାଁର ତ୍ରିଲୋଚନ ମାଝୀ ଗତ ୫ ବର୍ଷ ତଳେ ସଡକ ଦୁର୍ଘଟଣାରେ ଡାହାଣ ଗୋଡ଼ରେ ଗଭୀର ଆଘାତ ପାଇଥିଲେ । ପରେ ଅର୍ଥାଭାବରୁ ସେ ଚିକିତ୍ସା କରିପାରିନଥିଲେ। ବର୍ତ୍ତମାନ ସେ ଅକର୍ମଣ୍ୟ। ଠିକ୍‌ଭାବେ ଚଲାବୁଲା କରିପାରୁନଥିବା ବେଳେ ଗୋଡ଼ ନଷ୍ଟ ହେବାକୁ ବସିଛି। ଧାରଉଧାର କରି ନୂଆପଡ଼ା ଓ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ। ମାତ୍ର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଆବଶ୍ୟକ ହେଉଥିବାରୁ ସେ ନିରାଶ ହୋଇ ଘରକୁ ଫେରିଛନ୍ତି। ତ୍ରିଲୋଚନଙ୍କ ଗୋଡ଼ର ଅବସ୍ଥା ଦିନକୁ ଦିନ ସାଂଘାତିକ ହେବାରେ ଲାଗିଥିବା କହିଛନ୍ତି ବୋଡେନ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର । ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଙ୍ଗ ପାଣ୍ଠିରୁ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯିବା ସହ ଏକ ବିଜୁ ପକ୍କା ଘର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନୂଆପଡ଼ା ଜିଲ୍ଲାପାଳ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.