Below header

ବାପାଙ୍କ ପାଇଁ ଦିବ୍ୟାଙ୍ଗ ଝିଅ ହେଲା ଅଟୋ ଡ୍ରାଇଭର, ସଂଘର୍ଷର କାହାଣୀ ଶୁଣିଲେ ଆପଣ ବି କରିବେ ସାଲ୍ୟୁଟ୍‌

କୁହାଯାଏ, ଯଦି କିଛି କରିବାର ଜିଦ୍‌ ଅଛି, ତା’ହେଲେ କୌଣସି ବି ଶକ୍ତି ଆପଣଙ୍କୁ ଅଟକାଇ ପାରିବ ନାହିଁ। ଜିଦ୍‌ରେ ଯଦି କିଛି କାମ କରାଯାଏ, ତେବେ ସଫଳତା ନିଶ୍ଚୟ ମିଳିବ। ଏହି କଥାକୁ ପ୍ରମାଣିତ କରି ଦେଖାଇଛନ୍ତି ଅହମ୍ମଦାବାଦର ୩୫ ବର୍ଷୀୟା ଅଙ୍କିତା ଶାହ। ଅଙ୍କିତା ଅଟୋ ଚଲାଇ ନିଜ କ୍ୟାନସର ପୀଡ଼ିତ ବାପାଙ୍କ ଚିକିତ୍ସା କରୁଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ପିଲାବେଳୁ ସେ ନିଜର ଦୁଇଟି ଗୋଡ଼ ହରାଇଛନ୍ତି। ଏହାସତ୍ତ୍ୱେ ସେ ନିଜ ବାପାଙ୍କ ପାଇଁ ଯାହା କରୁଛନ୍ତି, ତାହା ପ୍ରଶଂସାଯୋଗ୍ୟ।

aa11

ଇକୋନୋମିକ୍ସ ଗ୍ରାଜୁଏଟ୍‌ ଆଙ୍କିତା ୫ ଭାଇ, ଭଉଣୀଙ୍କ ମଧ୍ୟରୁ ସବୁଠାରୁ ବଡ଼। ସେ ଅହମ୍ମଦାବାଦର ଏକ କଲ୍‌ ସେଣ୍ଟରରେ କାମ କରୁଥିଲେ। ଏହାରି ଭିତରେ ତାଙ୍କୁ ଜଣାପଡ଼ିଥିଲା ଯେ ତାଙ୍କ ବାପାଙ୍କୁ କ୍ୟାନସର ହୋଇଛି। ବାପାଙ୍କ ଚିକିତ୍ସା ପାଇଁ ଅଙ୍କିତାଙ୍କୁ ବାରମ୍ବାର ସୁରଟ ଯିବାକୁ ପଡ଼ିବାରୁ ସେ ଚାକିରି ଛାଡ଼ିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ଦିବ୍ୟାଙ୍ଗ ହୋଇଥିବାରୁ ତାଙ୍କୁ ଅନ୍ୟ ଚାକିରି ମିଳୁ ନ ଥିଲା। ଏହାପରେ ସେ ଅଟୋରିକ୍ସା ଚଲେଇବାକୁ ନିଷ୍ପତ୍ତି ନେଇଥିଲେ। ଏମିତି କରିବାରେ ସେ ହେଉଛନ୍ତି ଅହମ୍ମଦାବାଦର ପ୍ରଥମ ଦିବ୍ୟାଙ୍ଗ ମହିଳା।

aaaa3

ଅଙ୍କିତା ଗତ ୬ ମାସ ହେବ ଅଟୋ ଚଲାଇ ନିଜ ବାପାଙ୍କ ଚିକିତ୍ସା କରାଉଛନ୍ତି। ସେ କହିଛନ୍ତି, ପିଲାବେଳୁ ସେ ପୋଲିଓ ଆକ୍ରାନ୍ତ। ଦିବ୍ୟାଙ୍ଗ ହେବା ଯୋଗୁ ତାଙ୍କୁ ଚାକିରି କ୍ଷେତ୍ରରେ ମଧ୍ୟ ଭେଦଭାବର ଶିକାର ହେବାକୁ ପଡ଼ିଥିଲା।  ସେହି ସମୟରେ ପରିବାର ଚଳାଇବା ମୁସ୍କିଲ ହୋଇପଡ଼ୁଥିଲ।ା ବାପାଙ୍କ ଚିକିତ୍ସା କରିପାରୁ ନ ଥିବାରୁ ତାଙ୍କୁ ଦୁଃଖ ଲାଗୁଥିଲା। ତେଣୁ ସେ ନିଜ ଗୋଡ଼ରେ ଛିଡ଼ାହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସାଙ୍ଗଠାରୁ ଅଟୋରିକ୍ସା ଚଲାଇବା ଶିଖିଥିଲେ। ଏବେ ଅଙ୍କିତା ୮ ଘଣ୍ଟା ଅଟୋ ଚଲାଇ ୨୦ ହଜାର ଟଙ୍କା ମାସକୁ ରୋଜଗାର କରୁଛନ୍ତି। ସେ ଭବିଷ୍ୟତରେ ନିଜର ଟ୍ୟାକ୍ସି ବିଜିନେସ୍‌ ଆରମ୍ଭ କରିବାକୁ ଚାହୁଁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.