ଆସନ୍ତାକାଲି ଚନ୍ଦ୍ର ଗ୍ରହଣ, ପାଳିବା ଆବଶ୍ୟକ କି ନାହିଁ ଜାଣନ୍ତୁ ଏହି ରିପୋର୍ଟରୁ

ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରର ଚଳନ ଯୋଗୁଁ ଚଳିତ ବର୍ଷ ଦୁଇଟି ସୂର୍ଯ୍ୟ ପରାଗ ଏବଂ ଚାରିଟି ଚନ୍ଦ୍ର ଗ୍ରହଣ ସମେତ ଗ୍ରହଣ ଏପରି ଛଅଟି ରୋମାଞ୍ଚକ ଦୃଶ୍ୟ ଦେଖିବାକୁ ମିଳିବ। ତେବେ ଭାରତରେ କେବଳ ତିନିଟି ପରାଗ ଓ ଗ୍ରହଣ ଦୃଶ୍ୟମାନ ହେବ । ଉଜ୍ଜୟିନୀର ପ୍ରତିଷ୍ଠିତ ଶାସକୀୟ ବେଦଶାଳାର ଅଧୀକ୍ଷକ ଡା. ରାଜେନ୍ଦ୍ର ପ୍ରକାଶ ଗୁପ୍ତାଙ୍କ କହିବାନୁଯାୟୀ ଚଳିତ ବର୍ଷ ପ୍ରଥମ ଚନ୍ଦ୍ର ଗ୍ରହଣ ଆସନ୍ତାକାଲି ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରିରେ ଲାଗିବ । ଏହା ଏକ ଉପଛାୟା ଚନ୍ଦ୍ର ଗ୍ରହଣ । ଯାହା ସମ୍ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଇ ପାରିବ ନାହିଁ । ସେଥିଲାଗି ଏହାକୁ ଅନ୍ୟ ଗ୍ରହଣ ଭଳି ପାଳନ କରାଯିବ ନାହିଁ । ଦେବନୀତି ବନ୍ଦ ହେବ ନାହିଁ କିମ୍ବା ପାକ ବା ଖାଦ୍ୟ ଗ୍ରହଣ ଉପରେ ମଧ୍ୟ କୌଣସି କଟକଣା ନାହିଁ ।

ଜାଣନ୍ତୁ ପ୍ରଥମ ଚନ୍ଦ୍ର ଗ୍ରହଣ କେବେ:

eclipses 2020

ବର୍ଷ ୨୦୨୦ର ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରୀ ୧୦ ତାରିଖରେ ଭାରତରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ଅନୁସାରେ ଏହି ଗ୍ରହଣ ଶୁକ୍ରବାର ରାତି ୧୦:୩୬ ମିନିଟ୍ ରୁ ଆରମ୍ଭ ହୋଇ ରାତି ୦୨:୪୪:୦୪ ସେକେଣ୍ଡରେ ଶେଷ ହେବ। ଉପଛାୟା ଚନ୍ଦ୍ର ଗ୍ରହଣ ସେହି ସମୟରେ ଲାଗିଥାଏ, ଯେଉଁ ସମୟରେ ଚନ୍ଦ୍ରମା ପୃଥିବୀର ଆଶିଂକ ଛାୟାରେ ପରିକ୍ରମା କରିଥାଏ। ଏହି ସମୟରେ ଚନ୍ଦ୍ରମାଙ୍କ ଉପରେ ପଡୁଥିବା ସୂର୍ଯ୍ୟଙ୍କ କିରଣ ଆଶିଂକ ରୂପେ କଟିଲା ଭଳି ଦେଖାଯାଇଥାଏ ଏବଂ ଗ୍ରହଣରେ ଚନ୍ଦ୍ରମାଙ୍କ କିରଣ ଝାପ୍ସା ଦେଖାଯାଇଥାଏ।
ତେବେ କାଲି ପୌଷ ପୂର୍ଣ୍ଣିମା ଓ ଏହି ଦିନ ଗ୍ରହଣ ଲାଗୁଥିବାରୁ ଗ୍ରହଣ ପରେ ଦାନ ଆଦି କଲେ ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଗ୍ରହଣ ପରେ ଶୁଦ୍ଧ ସ୍ନାନ କରି ଚାଉଳ, ଗହମ ଓ ଗୁଡ଼ ଆଦି ଦ୍ରବ୍ୟ ଦାନ କଲେ ଶୁଭ ଫଳ ମିଳେ ବୋଲି ଜ୍ୟୋତିଷଙ୍କ ମତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.