Below header

ଭିଜିଲାନ୍ସ ଜାଲରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟ୍‌ର, ୩୦ ହଜାର ଟଙ୍କା ଲାଞ୍ଚନେଇ ପଡିଲେ ଧରା

ଭଦ୍ରକ(କେନ୍ୟୁଜ୍):ଭିଜିଲାନ୍ସ ଜାଲରେ ଭଦ୍ରକ ଗ୍ରାମ୍ୟ ଉନ୍ନୟନ ଡିଭିଜନ୍‌ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟ୍‌ର । ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରିୟବ୍ରତ ପଣ୍ଡାଙ୍କୁ ଗିରଫ କରାଯାଇଛି । ସେ ଠିକାଦାର ଦିଗମ୍ବର ଦାସଙ୍କ ଦୁଇଟି ରାସ୍ତା କାମ ମରାମତି ପାଇଁ ୮ ଲକ୍ଷ ଟଙ୍କାର ବିଲ୍‌କୁ ତାଙ୍କ ଆକାଉଣ୍ଟକୁ ପଠାଇବା ପାଇଁ ୪୦ ହଜାର ଟଙ୍କା ଦାବି କରିଥିଲେ । ପରେ ୩୦ହଜାର ଟଙ୍କା ଦେଲେ ବିଲ୍‌ ପଠାଇବେ ବୋଲି କହିଥିଲେ । ପୂର୍ବ ପ୍ରସ୍ତୁତି ଅନୁସାରେ ୩୦ ହଜାର ଟଙ୍କା ଦେଉଥିବା ବେଳେ ଗିରଫ କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.