ଶିକ୍ଷକଙ୍କ ଖରା ଛୁଟି ହୋଇନାହିଁ ବାତିଲ, ଏହାକୁ କରାଯାଉଛି ଗୁଜବ, ସ୍ପଷ୍ଟି କରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ):  ଏଣିକି ଖରାଛୁଟିରେ ଦୁର୍ବଳ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ ନେବେ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ। ଉଜ୍ଜ୍ୱଳ, ଉତ୍‌ଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢ଼ାଇବେ । ଛୁଟି ସମୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ରୋଟେସନ ଡ୍ୟୁଟି ପଡ଼ିଥାଏ। ସେହି ସମୟରେ ଶିକ୍ଷକଶିକ୍ଷୟିତ୍ରୀମାନେ ୩୫%ରୁ କମ୍‌ ମାର୍କ ରଖୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ୍ସଟ୍ରା କ୍ଲାସ ନେବେ । ପୂର୍ବରୁ ଖରାଛୁଟି ସମୟରେ ପାଠପଢ଼ାରୁ ଦୂରେଇ ଯାଉଥିଲେ ଛାତ୍ରଛାତ୍ରୀ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ଛାତ୍ରଛାତ୍ରୀଙ୍କ ଓଡ଼ିଆ, ଇଂରାଜୀ ଓ ଗଣିତରେ ଦକ୍ଷତା ବୃଦ୍ଧି ଲାଗି ଉଜ୍ଜ୍ୱଳ କାର୍ଯ୍ୟକ୍ରମ ଲାଗୁ କରାଯାଇଛି । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍‌ଥାନ ଓ ନବମ ଶ୍ରେଣୀର ଦୁର୍ବଳ ଛାତ୍ରଛାତ୍ରୀଙ୍କ ଲାଗୁ ହୋଇଛି ଉତ୍କର୍ଷ ଯୋଜନା । ସେପଟେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଖରାଛୁଟିରେ ଏକ୍ସଟ୍ରା କ୍ଲାସ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

ପୂର୍ବରୁ ଖରାଛୁଟି ସମୟରେ ସ୍କୁଲ ବନ୍ଦ ରହିବା ଯୋଗୁଁ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ବି ଛୁଟି ମିଳୁଥିଲା। ଏବେ ଖରାଛୁଟିରେ ଏକ୍ସଟ୍ରା କ୍ଲାସ ନିଷ୍ପତ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଛୁଟିରେ ବ୍ରେକ୍‌ ଲଗେଇବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.