Categories: ରାଜ୍ୟ

ରାଜଧାନୀରେ ଭଣ୍ଡ ବାବାଙ୍କ କାରନାମା, ବିଭୂତି ଲଗାଇ ବୁଲାଇଲେ କଳାକନା

ଭୁବନେଶ୍ବର: ପୁଣି ଭଣ୍ଡ ବାବାଙ୍କ କଳାକାରନାମା । ବିଭୂତି ଲଗାଇ ବୁଲାଇଲେ କଳାକନା । ଏଭଳି ଏକ ଘଟଣା ଘଟିଛି ଖୋଦ୍ ରାଜଧାନୀରେ । ଘଟଣାଟି ହେଉଛି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର । କଲୋନୀର ସାଇ ମନ୍ଦିର ସମ୍ମୁରେ ସମରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ ବସି ସବୁଦିନ ଭଳି କାର୍ଯ୍ୟ କରୁଥିଲେ। ସେହି ସମୟରେ ହଠାତ୍ ସେଠାରେ ପହଁଚି ଯାଇଥିଲେ ଛଦ୍ମ ବେଶଧାରୀ ଜଣେ ଭଣ୍ଡ ବାବା । ଆଉ କହିଥିଲେ ସେ ହରିଦ୍ବାରରୁ ଆସିଛନ୍ତି ଏବଂ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହାସହିତ ସେ କରିଥିଲେ କି, ବଡ ବାବା ମଧ୍ୟ ସାଥିରେ ଆସିଛନ୍ତି ଆଉ ସେ ଆପଣଙ୍କୁ ଆଶୀର୍ବାଦ କରିବେ ।

ଏହାପରେ ହାଇପ୍ରୋଫାଇଲ୍ ବଡ ବାବା ବାହାରି ଆସିଥିଲେ ଏକ ଧଳା କାର ଭିତରୁ । ଆଉ ପହଁଚିଯାଇଥିଲେ ସମରେନ୍ଦ୍ରଙ୍କ ନିକଟରେ । ସମରେନ୍ଦ୍ର କିଛି କହିବା ପୂର୍ବରୁ ବଡ ବାବା କହିଥିଲେ ଯେ ତୋର ରିଷ୍ଟ ଖରାପ ଚାଲିଛି ଯାହାର ଖଣ୍ଡନ ହୋଇଯିବ । ଏହାପରେ ସମରେନ୍ଦ୍ରଙ୍କ ମୁଣ୍ଡରେ ହାତ ରଖି କିଛି ବିଭୂତି ବୋଳିଦେଲେ ଏବଂ କିଛି ଖାଇବାକୁ ଦେଲେ । ଆଉ ତାପରେ ସବୁ କିଛି ହୋଇଯାଇଥିଲା ଅନ୍ଧକାର । ୨୦ ମିନିଟ୍ ପରେ ସମରେନ୍ଦ୍ରଙ୍କ ଫେରିଥିଲା ଚେତା । ସେତେବେଳକୁ ତାଙ୍କ କ୍ୟାସ୍ ବକ୍ସରୁ ଗାଏବ ହୋଇଯାଇଥିଲା ୩୪ହଜାର ଟଙ୍କା ଆଉ ହାତରେ ପିନ୍ଧିଥିବା ଗୋଟେ ସୁନା ମୁଦି । ଯାହାପରେ ସମରେନ୍ଦ୍ର ଜାଣିପାରିଥିଲେ ସେ ଭଣ୍ଡ ବାବାଙ୍କ ଲୁଟର ଶିକାର ହୋଇଛନ୍ତି । ଏନେଇ ସେ ଚନ୍ଦ୍ରଶେଖରୁର ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

Sonalisa

Recent Posts

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

10 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

20 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

31 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

59 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago