Below header

ରାଜଧାନୀରେ ଭଣ୍ଡ ବାବାଙ୍କ କାରନାମା, ବିଭୂତି ଲଗାଇ ବୁଲାଇଲେ କଳାକନା

ଭୁବନେଶ୍ବର: ପୁଣି ଭଣ୍ଡ ବାବାଙ୍କ କଳାକାରନାମା । ବିଭୂତି ଲଗାଇ ବୁଲାଇଲେ କଳାକନା । ଏଭଳି ଏକ ଘଟଣା ଘଟିଛି ଖୋଦ୍ ରାଜଧାନୀରେ । ଘଟଣାଟି ହେଉଛି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀର । କଲୋନୀର ସାଇ ମନ୍ଦିର ସମ୍ମୁରେ ସମରେନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ନିଜ ଅଫିସରେ ବସି ସବୁଦିନ ଭଳି କାର୍ଯ୍ୟ କରୁଥିଲେ। ସେହି ସମୟରେ ହଠାତ୍ ସେଠାରେ ପହଁଚି ଯାଇଥିଲେ ଛଦ୍ମ ବେଶଧାରୀ ଜଣେ ଭଣ୍ଡ ବାବା । ଆଉ କହିଥିଲେ ସେ ହରିଦ୍ବାରରୁ ଆସିଛନ୍ତି ଏବଂ ପୁରୀ ଅଭିମୁଖେ ଯାତ୍ରା କରିବେ । ଏହାସହିତ ସେ କରିଥିଲେ କି, ବଡ ବାବା ମଧ୍ୟ ସାଥିରେ ଆସିଛନ୍ତି ଆଉ ସେ ଆପଣଙ୍କୁ ଆଶୀର୍ବାଦ କରିବେ ।

babaଏହାପରେ ହାଇପ୍ରୋଫାଇଲ୍ ବଡ ବାବା ବାହାରି ଆସିଥିଲେ ଏକ ଧଳା କାର ଭିତରୁ । ଆଉ ପହଁଚିଯାଇଥିଲେ ସମରେନ୍ଦ୍ରଙ୍କ ନିକଟରେ । ସମରେନ୍ଦ୍ର କିଛି କହିବା ପୂର୍ବରୁ ବଡ ବାବା କହିଥିଲେ ଯେ ତୋର ରିଷ୍ଟ ଖରାପ ଚାଲିଛି ଯାହାର ଖଣ୍ଡନ ହୋଇଯିବ । ଏହାପରେ ସମରେନ୍ଦ୍ରଙ୍କ ମୁଣ୍ଡରେ ହାତ ରଖି କିଛି ବିଭୂତି ବୋଳିଦେଲେ ଏବଂ କିଛି ଖାଇବାକୁ ଦେଲେ । ଆଉ ତାପରେ ସବୁ କିଛି ହୋଇଯାଇଥିଲା ଅନ୍ଧକାର । ୨୦ ମିନିଟ୍ ପରେ ସମରେନ୍ଦ୍ରଙ୍କ ଫେରିଥିଲା ଚେତା । ସେତେବେଳକୁ ତାଙ୍କ କ୍ୟାସ୍ ବକ୍ସରୁ ଗାଏବ ହୋଇଯାଇଥିଲା ୩୪ହଜାର ଟଙ୍କା ଆଉ ହାତରେ ପିନ୍ଧିଥିବା ଗୋଟେ ସୁନା ମୁଦି । ଯାହାପରେ ସମରେନ୍ଦ୍ର ଜାଣିପାରିଥିଲେ ସେ ଭଣ୍ଡ ବାବାଙ୍କ ଲୁଟର ଶିକାର ହୋଇଛନ୍ତି । ଏନେଇ ସେ ଚନ୍ଦ୍ରଶେଖରୁର ଥାନାରେ ଅଭିଯୋଗ କରିଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.