ରାଜ୍ୟ

ଶିମିଳିପାଳରେ ବର୍ଷା ହେବାପରେ ଖୁସିରେ ନାଚିଲେ ଜଣେ ମହିଳା ବନ କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

କରଞ୍ଜିଆ : ଖୁସିରେ ବିଭୋର ହୋଇପଡୁଛନ୍ତି ମହିଳା ଜଣଙ୍କ। ଜଙ୍ଗଲ ଭିତରେ ବର୍ଷାରେ ଭିଜିବା ସହିତ ଭଗବାନଙ୍କୁ ଦେଉଛନ୍ତି ଅନେକ ଅନେକ ଧନ୍ଯବାଦ । ଆପଣ ଜାଣିଥିବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଏହି ନିଆଁ କୁ ଆୟତ୍ତ କରିବା ପାଇଁ ବନବିଭାଗ, ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ ଲାଗିଛନ୍ତି। ଆଉ ଏହାରି ଭିତରେ ଗତକାଲି ଶିମିଳିପାଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଏହା ନିଆଁ ଲିଭାବାରେ ବେଶ ସହାୟକ ହୋଇଛି ।

ଆଉ ବର୍ଷା ହେବାପରେ ଯେଉଁମାନେ ସଂରକ୍ଷିତ ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଦିନରାତି ଏକ କରିଥିଲେ ସେମାନଙ୍କ ଖୁସି ନ କହିଲେ ସରେ । ସେମାନଙ୍କ ଭିତରେ ଥିଲେ ଏହି ମହିଳା ଜଣଙ୍କ । ଯାହାଙ୍କ ନାଁ ସ୍ନେହଲତା ଧଳ । ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ ସ୍ନେହା। ବର୍ଷା ପରେ ଯେତେବେଳେ ନିଆଁ ଲିଭିଥିଲା ସେତେବେଳେ ଖୁସିରେ ଡେଇଁବା ଆରମ୍ଭ କରି ଦେଇଥିଲେ। ବର୍ଷାରେ ଭିଜିଭିଜି ଡେଇଁଥିଲେ । ସେ ସମୟରେ ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ସତରେ ମଣିଷ ସିନା ପାରୁନି ହେଲେ ତା ସହ ମିଶି ପ୍ରକୃତି ଆରମ୍ଭ କରିଛି ଉଦ୍ୟମ । ନିଜର ସଂରଚନାକୁ ବଞ୍ଚାଇବା ପାଇଁ ଯେମିତି ନିଜେ ଇଶ୍ୱର ଅଣ୍ଟା ଭିଡ଼ିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେବ ଲାଗିଥିବା ନିଆଁକୁ କିଭଳି ସମ୍ପୂର୍ଣ୍ଣ ଭାବେ ଲିଭା ଯାଇ ପାରିବ ସେ ନେଇ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ଆଉ ତାରି ଭିତରେ ଗତକାଲିର କୁଆପଥର ସହିତ ବର୍ଷା ହେବା ଦ୍ବାରା ନିଆଁକୁ କିଛିଟା ଆୟତ୍ତ କରାଯାଇପାରିଛି।

 

Sonalisa

Recent Posts

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

45 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

2 hours ago