Below header

ଶିମିଳିପାଳରେ ବର୍ଷା ହେବାପରେ ଖୁସିରେ ନାଚିଲେ ଜଣେ ମହିଳା ବନ କର୍ମଚାରୀ, ଭାଇରାଲ୍ ହେଉଛି ଭିଡିଓ

କରଞ୍ଜିଆ : ଖୁସିରେ ବିଭୋର ହୋଇପଡୁଛନ୍ତି ମହିଳା ଜଣଙ୍କ। ଜଙ୍ଗଲ ଭିତରେ ବର୍ଷାରେ ଭିଜିବା ସହିତ ଭଗବାନଙ୍କୁ ଦେଉଛନ୍ତି ଅନେକ ଅନେକ ଧନ୍ଯବାଦ । ଆପଣ ଜାଣିଥିବେ କିଛି ଦିନ ହେବ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି । ଏହି ନିଆଁ କୁ ଆୟତ୍ତ କରିବା ପାଇଁ ବନବିଭାଗ, ଅଗ୍ନିଶମ ବିଭାଗ,ଓଡ୍ରାଫ ଟିମ ଲାଗିଛନ୍ତି। ଆଉ ଏହାରି ଭିତରେ ଗତକାଲି ଶିମିଳିପାଳର କିଛି ସ୍ଥାନରେ ବର୍ଷା ହେବା ଫଳରେ ଏହା ନିଆଁ ଲିଭାବାରେ ବେଶ ସହାୟକ ହୋଇଛି ।

ଆଉ ବର୍ଷା ହେବାପରେ ଯେଉଁମାନେ ସଂରକ୍ଷିତ ଜଙ୍ଗଲକୁ ନିଆଁରୁ ରକ୍ଷା କରିବାକୁ ଦିନରାତି ଏକ କରିଥିଲେ ସେମାନଙ୍କ ଖୁସି ନ କହିଲେ ସରେ । ସେମାନଙ୍କ ଭିତରେ ଥିଲେ ଏହି ମହିଳା ଜଣଙ୍କ । ଯାହାଙ୍କ ନାଁ ସ୍ନେହଲତା ଧଳ । ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲେ ସ୍ନେହା। ବର୍ଷା ପରେ ଯେତେବେଳେ ନିଆଁ ଲିଭିଥିଲା ସେତେବେଳେ ଖୁସିରେ ଡେଇଁବା ଆରମ୍ଭ କରି ଦେଇଥିଲେ। ବର୍ଷାରେ ଭିଜିଭିଜି ଡେଇଁଥିଲେ । ସେ ସମୟରେ ଚିତ୍ର ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

rainସତରେ ମଣିଷ ସିନା ପାରୁନି ହେଲେ ତା ସହ ମିଶି ପ୍ରକୃତି ଆରମ୍ଭ କରିଛି ଉଦ୍ୟମ । ନିଜର ସଂରଚନାକୁ ବଞ୍ଚାଇବା ପାଇଁ ଯେମିତି ନିଜେ ଇଶ୍ୱର ଅଣ୍ଟା ଭିଡ଼ିଛନ୍ତି । ଶିମିଳିପାଳ ଅଭୟାରଣ୍ୟରେ ଗତ କିଛି ଦିନ ହେବ ଲାଗିଥିବା ନିଆଁକୁ କିଭଳି ସମ୍ପୂର୍ଣ୍ଣ ଭାବେ ଲିଭା ଯାଇ ପାରିବ ସେ ନେଇ ରାଜ୍ୟ ସରକାର ଜୋରସୋର ଉଦ୍ୟମ ଚଳାଇଛନ୍ତି । ଆଉ ତାରି ଭିତରେ ଗତକାଲିର କୁଆପଥର ସହିତ ବର୍ଷା ହେବା ଦ୍ବାରା ନିଆଁକୁ କିଛିଟା ଆୟତ୍ତ କରାଯାଇପାରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.