ଆଗ୍ରାର ଇଟମାଦୁୟାଲା ଅଞ୍ଚଳରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା: ୮ ମୃତ, ୪ ଆହତ

ସମସ୍ତ ମୃତକ ଗୋଟିଏ ପରିବାରର

ଆଗ୍ରା: ଆଗ୍ରାରେ ମର୍ମନ୍ତୁଦ ଦୁର୍ଘଟଣା। ଆଗ୍ରାର ଇଟମାଦୁୟାଲା ଅଞ୍ଚଳରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା, ୮ ମୃତ। ଦୁର୍ଘଟଣାରେ ୪ଜଣ ଆହତ ହୋଇଛନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର। ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ଏକ କାରକୁ ମୁହାଁମୁହିଁ ଧକ୍କା ଦେଇଥିଲା ଟ୍ରକ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓରେ ବସିଥିବା ୮ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୋଲିସ ଓ ସ୍ଥାନୀୟ ଲୋକ ମୃତଦେହକୁ କାର ମଧ୍ୟରୁ ଉଦ୍ଧାର କରିଥିଲେ। ମୃତକ ମାନଙ୍କ ପରିଚୟ ମିଳିପାରିନାହିଁ। ଡ୍ରାଇଭରର ଆଖି ଲାଗିଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି।