ରାଜ୍ୟ

ଟଙ୍କା ପାଇଁ ଯୁବକଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ: ମଲ୍ ରୁ ଉଠାଇନେଲେ, ଥାନାରେ ଛାଡିଲେ

ଭୁବନେଶ୍ୱର (କେନ୍ୟୁଜ): ମଲ୍ ରୁ ଉଠାଇଲେ, ଥାନାରେ ଛାଡିଲେ। ଅପହରଣ ପଛରେ ଟଙ୍କା କାରବାର ଥିବା କହିଛି ପୋଲିସ। ଅପହରଣ ଶିକାର ହୋଇଥିବା ଯୁବକ ଜଣକ ହେଲେ କେନ୍ଦୁଝର ଆନନ୍ଦପୁରସ୍ଥିତ ବେଲବାହାଳି ଗାଁର ପ୍ରିୟବ୍ରତ ସାହୁ। ଟଙ୍କା ଆଦାୟ ପାଇଁ ପ୍ରିୟବ୍ରତଙ୍କୁ ଉଠାଇ ନେଇଯାଇଥିଲେ ଗାଡ଼କଣର ଜଣେ ଯୁବକ । ଅପହୃତ ହେଇଥିବା ପ୍ରିୟବ୍ରତ ୨୦ ଲକ୍ଷ ଟଙ୍କା ନେଇ ଫେରାଉ ନଥିବାରୁ ଟଙ୍କା ଦେଇଥିବା ଲୋକ ଉଠାଇ ନେଇଥିବା ସୂଚନା ।

ଚାକିିରି ଦେବାକୁ କହି ପ୍ରିୟବ୍ରତ ଗତ କିଛି ଦିନ ତଳେ ପଟିଆ ଗାଡକଣ ଅଞ୍ଚଳର କେଶବ ଦାସଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ସେ ଚାକିରି ଦେଇ ନଥିଲେ କି ଟଙ୍କା ଫେରସ୍ତ କରିନଥିଲେ। କେଶବ ଟଙ୍କା ମାଗିବାରୁ ଆଉ ଧରା ଛୁଆ ଦେଉନଥିଲେ ପ୍ରିୟବ୍ରତ । ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ କେଶବ।

ଗତକାଲି ସନ୍ଧ୍ୟାରେ ପ୍ରିୟବ୍ରତ ଓ ତାଙ୍କ ସାଙ୍ଗ ଏସପ୍ଲାନେଡ଼ ମଲ ନିକଟରେ ଛିଡା ହୋଇଥିବା ସମୟରେ ତାଙ୍କୁ କାରରେ ଅପହରଣ କରିନେଇଥିଲେ କେଶବ। ଏହାପରେ ସହିଦନଗର ଥାନାକୁ ଧରି ଆସିଥିଲେ। ପୋଲିସ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି। ଉଭୟଙ୍କ ପକ୍ଷରୁ ମଧ୍ୟ ସହିଦନଗର ଥାନାରେ ମାମଲା ରୁଜୁ ହୋଇଛି।

 

Barsha

Recent Posts

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

8 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

13 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

19 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

35 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

41 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

48 mins ago