ରାଜ୍ୟ

ଦୀପାବଳି ପାଇଁ ଖୋଲିଲା ବାଣ ଦୋକାନ, କେମିତି ଫୁଟାଇବେ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଆଲୁଅର ପର୍ବ ଦୀପାବଳି । ଅମା ଅନ୍ଧକାର ଉପରେ ଆଲୁଅର ବିଜୟର ହେଉଛି ଏ ପର୍ବ । ଘରେ ଘରେ ଲୋକେ ଦୀପ ଜାଳି ଏହି ଆଲୋକର ପର୍ବ ପାଳନ କରନ୍ତି। ସେଇଥି ପାଇଁ ଏବେ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ । ଏହାରି ଭିତରେ ବଜାରକୁ ଆସିଛି ବିଭିନ୍ନ ରକମର ବାଣ । ହେଲେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନରେ ଗ୍ରାହକ । ଝୁରିଝୁରି, ଚକ୍ରି, କୁମ୍ପି , ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ ରସୁଣ ବାଣ ଭଳି କମ୍ପାନୀ ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ଦେଶୀ ବାଣ ଯେପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି।

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି । ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେ ନାହିଁ । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।

ସେପଟେ ଭୁବନେଶ୍ବରରେ ଖୋଲିଛି ଅନେକ ବାଣ ଦୋକାନ। ୨୦୦ ଜଣ ଦୋକାନୀଙ୍କୁ ମିଳିଛି ଅନୁମତି। ବରମୁଣ୍ଡା, ସହିଦ୍ ନଗର, ୟୁନିଟ ୧ ହାଇସ୍କୁଲ ପଡିଆ, ପଟିଆ , ଡମନା, ପାହାଳ, ନହର କଣ୍ଟା, ଚନ୍ଦ୍ର ଶେଖର ପୁର, ଗାଡ଼କଣ, ପାଣ୍ଡରା, ଲକ୍ଷ୍ମୀସାଗର, ପୋଖରୀପୁଟ, ଆଈଗେନିଆ, ନୟାପଲ୍ଲୀ, ଜାଗମରାରେ ଖୋଲିଛି ହୋଲସଲ ବାଣ ବଜାର।

 

 

Barsha

Recent Posts

ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ତରଭୁଜ, ଏଭଳି କରନ୍ତୁ ବ୍ୟବହାର

ଖରାଦିନେ ବଜାରରେ ଅଧିକ ସଂଖ୍ୟାରେ ତରଭୁଜ ବିକ୍ରି ହୋଇଥାଏ । ତରଭୁଜରେ ୯୦ ପ୍ରତିଶତ ପାଣିର ମାତ୍ରା ଥିବାରୁ ଏହା…

6 seconds ago

ଟିଭି ଦେଖିବାକୁ ପସନ୍ଦ କରନ୍ତି କି ! ଖୁବ୍‌ ଶୀଘ୍ର ବଢ଼ିବ ଚ୍ୟାନେଲ ରେଟ୍‌ ଜାଣନ୍ତୁ …

ପିଲା ଠୁ ବୁଢ଼ା ପର୍ଯ୍ୟନ୍ତ ଟିଭି ଦେଖିବାକୁ ସମସ୍ତେ ପସନ୍ଦ କରିଥାଆନ୍ତି । ସେଥିପାଇଁ ପ୍ରତ୍ୟେକ ଘରେ ରହିଥାଏ ଟିଭି…

19 mins ago

ଏହି ୬ଟି ପେଟ ସମସ୍ୟାରେ ଜିରା ଖାଇବା ଲାଭଦାୟକ, ଯନ୍ତ୍ରଣାରୁ ତୁରନ୍ତ ମିଳିବ ଆରାମ

ରୋଷେଇ ଘରେ ମିଳୁଥିବା ମସଲା ଜିରା କେବଳ ଖାଦ୍ୟର ସ୍ୱାଦକୁ ବଢାଏ ନାହିଁ ବରଂ ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ…

24 mins ago

ପ୍ରଥମ ଥର ସାବିତ୍ରୀ ବ୍ରତ କରୁଛନ୍ତି କି? ଜାଣନ୍ତୁ ଏହାର ପୂଜା ବିଧି

ଆସନ୍ତା କାଲି ପବିତ୍ର ସାବିତ୍ରୀ ଅମାବାସ୍ୟା । ହିନ୍ଦୁ ଧର୍ମରେ ସାବିତ୍ରୀ ବ୍ରତର ବିଶେଷ ମହତ୍ତ୍ୱ ରହିଛି । ସାବିତ୍ରୀବ୍ରତ…

52 mins ago

ଆଜିଠୁ ଜୁନ୍‌ ୯ ଯାଏ ବନ୍ଦ ରହିବ ରାଷ୍ଟ୍ରପତି ଭବନ, ଶପଥ ଗ୍ରହଣ ସମାରୋହ ପାଇଁ ଚାଲିଛି ପ୍ରସ୍ତୁତି

ରାଷ୍ଟ୍ରପତି ଭବନ ବୁଧବାରରୁ ରବିବାର ପର୍ଯ୍ୟନ୍ତ ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ । ମନ୍ତ୍ରୀ ପରିଷଦର ଶପଥ ଗ୍ରହଣ…

1 hour ago

ଉତ୍ତରାଖଣ୍ଡ: ଉତ୍ତରକାଶୀରେ ଖରାପ ପାଗ ଯୋଗୁଁ ରାସ୍ତା ଭୁଲିଗଲେ ପର୍ବତାରୋହୀ, ୪ ମୃତ

ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଗିଡିଲା ପାଗ । ଅସହ୍ୟ ଥଣ୍ଡାରେ ଛଟପଟ ହୋଇ ଜୀବନ ହାରିଲେ ପର୍ବତାରୋହୀ । ଉତ୍ତରକାଶୀ ଟିହରି…

1 hour ago