ଦୀପାବଳି ପାଇଁ ଖୋଲିଲା ବାଣ ଦୋକାନ, କେମିତି ଫୁଟାଇବେ ନିୟମାବଳୀ ଜାରି କଲା ଅଗ୍ନିଶମ ବାହିନୀ

ଦିନକ ପରେ ଆଲୁଅର ପର୍ବ ଦୀପାବଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ । ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି।

ଭୁବନେଶ୍ୱର (କେନ୍ୟୁଜ): ଦିନକ ପରେ ଆଲୁଅର ପର୍ବ ଦୀପାବଳି । ଅମା ଅନ୍ଧକାର ଉପରେ ଆଲୁଅର ବିଜୟର ହେଉଛି ଏ ପର୍ବ । ଘରେ ଘରେ ଲୋକେ ଦୀପ ଜାଳି ଏହି ଆଲୋକର ପର୍ବ ପାଳନ କରନ୍ତି। ସେଇଥି ପାଇଁ ଏବେ ଭୁବନେଶ୍ୱରର ବଜାରରେ ଲାଗିଛି ଲୋକଙ୍କ ଗହଳି । ଏଥିପାଇଁ ବିଭିନ୍ନ ସ୍ଥାନରେ ଖୋଲିଛି ଆତସବାଜୀ ଦୋକାନ । ଏହାରି ଭିତରେ ବଜାରକୁ ଆସିଛି ବିଭିନ୍ନ ରକମର ବାଣ । ହେଲେ କେଉଟା ଫୁଟାଇବେ ଓ କେଉଁଟା ଉପରେ କଟକଣା ଲାଗିଛି ତାହାକୁ ନେଇ କନଫ୍ୟୁଜନରେ ଗ୍ରାହକ । ଝୁରିଝୁରି, ଚକ୍ରି, କୁମ୍ପି , ରକେଟ, ଟିକିଲି ବାଣ, କୀଟ କାଟ, ଦିଆସିଲି ବାଣ ରସୁଣ ବାଣ ଭଳି କମ୍ପାନୀ ତିଆରି ଗ୍ରୀନ କ୍ରାକରକୁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ଦେଶୀ ବାଣ ଯେପରି ଟାଇଗର ବମ , ସୁତୁଲି ବମ ,ତାଳ ଫୋଟକା ଓ ଅଧିକ ଶବ୍ଦ କରୁଥିବା ବାଣ ଉପରେ କଟକଣା ଲାଗାଯାଇଛି । ଘାତକ ଓ ପରିବେଶ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଉପରେ ଅଗ୍ନିଶମ ବାହିନୀ ପକ୍ଷରୁ କଡା କଟକଣା ଜାରି କରାଯାଇଛି।

କେମିତି ବାଣ ଫୁଟାଇବେ ଓ ଲୋକେ କେମିତି ଦୀପାବଳି ପାଳନ କରିବେ ସେ ନେଇ ଯତ୍ନବାନ ହେବେ । ଅଭିଭାବକଙ୍କ ଉପସ୍ଥିତିରେ ବାଣ ଫୁଟାଇବେ । ସିଧାସଳଖ ହାତରେ ଅଗ୍ନି ସଂଯୋଗ କରନ୍ତୁନି । ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ । ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ । ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ । ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି । ସେହିପରି ବାଣ ଦୋକାନୀଙ୍କ ପାଇଁ ନିୟମ ଜାରି ହୋଇଛି । ବାଣ ଦୋକାନ ଚାରିପଟେ ପଲିଥିନ୍ ଓ ଦହନଶୀଳ ପଦାର୍ଥ ରଖିବେ ନାହିଁ । ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ୍ ଦୂରତା ରଖିବେ । କୌଣସି ତେଲ ଦୀପ, ଗ୍ୟାସ୍ ଦୀପ, ଖୋଲା ଲାଇଟ୍ ବ୍ୟବହାର କରାଯିବନି ।

ସେପଟେ ଭୁବନେଶ୍ବରରେ ଖୋଲିଛି ଅନେକ ବାଣ ଦୋକାନ। ୨୦୦ ଜଣ ଦୋକାନୀଙ୍କୁ ମିଳିଛି ଅନୁମତି। ବରମୁଣ୍ଡା, ସହିଦ୍ ନଗର, ୟୁନିଟ ୧ ହାଇସ୍କୁଲ ପଡିଆ, ପଟିଆ , ଡମନା, ପାହାଳ, ନହର କଣ୍ଟା, ଚନ୍ଦ୍ର ଶେଖର ପୁର, ଗାଡ଼କଣ, ପାଣ୍ଡରା, ଲକ୍ଷ୍ମୀସାଗର, ପୋଖରୀପୁଟ, ଆଈଗେନିଆ, ନୟାପଲ୍ଲୀ, ଜାଗମରାରେ ଖୋଲିଛି ହୋଲସଲ ବାଣ ବଜାର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.