Below header

ନୟାନ୍ତ କଲାଣି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ, ଜାଣନ୍ତୁ କଣ AQI ବା ଏୟାର କ୍ଵାଲିଟି ଇଣ୍ଡେକ୍ସ?

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ନୟାନ୍ତ କରି ସାରିଲାଣି । ପ୍ରଦୂଷଣ ମାତ୍ରା କମାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କରାଯାଉଛି । ହେଲେ ସାଧାରଣ ଲୋକେ ଏହାକୁ କେତେଦୂର ବୁଝିଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେଉଛନ୍ତି, ସେ ନେଇ ସନ୍ଦେହ ରହିଛି ।

ନୂଆଦିଲ୍ଲୀ(କେନ୍ୟୁଜ୍): ବର୍ତ୍ତମାନ ପରିବେଶ ପ୍ରଦୂଷଣ ହେଉଛି ସବୁଠୁ ବଡ଼ ଚିନ୍ତାର ବିଷୟ ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ନୟାନ୍ତ କରି ସାରିଲାଣି । ପ୍ରଦୂଷଣ ମାତ୍ରା କମାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଓ ସଚେତନତା କରାଯାଉଛି । ହେଲେ ସାଧାରଣ ଲୋକେ ଏହାକୁ କେତେଦୂର ବୁଝିଛନ୍ତି ଏବଂ ଏହାକୁ ଗୁରୁତ୍ୱ ଦେଉଛନ୍ତି, ସେ ନେଇ ସନ୍ଦେହ ରହିଛି ।

ପବନରେ କେତେ ମାତ୍ରାରେ ପ୍ରଦୂଷଣ ରହିଛି, ବାୟୁର ଗୁଣବତ୍ତା କଣ ସେକଥା ଜାଣିବା ପାଇଁ ଏୟାର କ୍ଵାଲିଟି ଇଣ୍ଡେକ୍ସ ବା ବାୟୁ ପ୍ରଦୂଷଣ ସୂଚକାଙ୍କ ରହିଛି । ଏହା ଏକ ସଂଖ୍ୟା । ଯାହା ବାୟୁର ମାନକୁ ସୂଚାଇଥାଏ । ସବୁ ଦେଶରେ AQI  ବା ଏୟାର କ୍ଵାଲିଟି ଇଣ୍ଡେକ୍ସ ରହିଛି । ଭାରତରରେ ଏହା ପରିବେଶ ମନ୍ତ୍ରାଳୟ ଅଧୀନରେ ଅଛି । AQI କୁ ୬ଟି କ୍ୟାଟେଗୋରୀରେ ଭାଗ କରାଯାଇଛି । ବାୟୁର ମାନ ୦ରୁ ୫୦ ନମ୍ବର ଭିତରେ ରହିଲେ ଏହାକୁ ଭଲ ବୋଲି କୁହାଯାଏ ।

ସେହିପରି ୫୧ରୁ ୧୦୦ ହେଉଛି ସନ୍ତୋଷଜନକ । ବାୟୁ ସ୍ତର ୧୦୧ରୁ ୨୦୦ ଭିତରେ ଥିଲେ ମଧ୍ୟମ, ୨୦୧ରୁ ୩୦୦ ଖରାପ, ୩୦୧ରୁ ୪୦୦ ଅତି ଖରାପ, ୪୦୧ରୁ ୫୦୦ ଅତି ଗୁରୁତର ବୋଲି କୁହାଯାଏ । ଆମ ଦେଶରେ ୮ଟି କଥାକୁ ଆଧାର କରି ସୂଚକାଙ୍କ ପ୍ରସ୍ତୁତ ହୋଇଥାଏ । ତେଣୁ ସହରର ଭିନ୍ନ ଭିନ୍ନ ଜାଗାରେ ଏହି ସୂଚକାଙ୍କ ଲଗା ଯାଇ ଜନସାଧାରଣଙ୍କୁ ପ୍ରଦୂଷଣର ମାତ୍ରା ସମ୍ପର୍କରେ ସୂଚାଇ ଦିଆଯାଏ । ଏହା ସହିତ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ପରାମର୍ଶ ଦିଆଯାଏ ।

ବାୟୁ ପ୍ରଦୂଷଣ ସୂଚକାଙ୍କ ୧୦୦ରୁ ୧୫୦ ଭିତୋ ରହିଲେ ସମ୍ବେଦନଶୀଳ, ୧୫୦ରୁ ୨୦୦ ରହିଲେ ଅସ୍ୱାସ୍ଥ୍ୟକର, ୨୦୦ରୁ ୩୦୦ ରହିଲେ ଅଧିକ ଅସ୍ୱାସ୍ଥ୍ୟକର ବୋଲି କୁହାଯାଏ । ଏଥିରେ ଶ୍ୱାସରୋଗୀ ଓ ପିଲାମାନେ ପ୍ରଭାବିତ ହୋଇଥାନ୍ତି । ଆଉ ଯଦି ସୂଚକାଙ୍କ ୩୦୦ରୁ ୫୦୦ ଭିତରେ ରହିଲା ତେବେ ଅତ୍ୟନ୍ତ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇପାରେ । ଏଥିରେ ସମସ୍ତେ ପ୍ରଭାବିତ ହେବାର ଆଶଙ୍କା ରହିଛି । ତେଣୁ ସାଧାରଣ ଲୋକେ ମଧ୍ୟ AQI ସମ୍ପର୍କରେ ଜାଣିବା ଦରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.