ଇଣ୍ଡଷ୍ଟ୍ରିରେ ଧୁମ ମଚଉଛି ବିକି କୌଶଲଙ୍କ ଅପକମିଙ୍ଗ ଫିଲ୍ମ ‘ସାମ ବାହାଦୂର’ର ଟ୍ରେଲର, ଜଣାନ୍ତୁ କ’ଣ ରିଭ୍ୟୁ ଦେଲେ ସେଲିବ୍ରିଟି

ନିକଟରେ 'ସାମ ବାହାଦୂର'ର ନିର୍ମାତାମାନେ ସମସ୍ତ ଆକ୍ଟର ଆକ୍ଟ୍ରେସଙ୍କ ରିଭ୍ୟୁର ଏକ ଲିଷ୍ଟ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ଏହି ଲିଷ୍ଟରେ କିଆରା ଆଡ଼ଭାନୀ,କ୍ରିତି ସାନନ,ଭୂମି ପାଦେନକର, ରାଜକୁମାର ରାଓ ଏବଂ ରାକୁଲ ପ୍ରୀତ ଆଦି ଅନେକ ସେଲିବ୍ରିଟି ସାମିଲ ଅଛନ୍ତି । ଯେଉଁମାନେ 'ସାମ ବାହାଦୂର'ର ଟ୍ରେଲର ଦେଖି ବିକିଙ୍କର ଖୁବ ପ୍ରଶଂସା କରିଛନ୍ତି ।

ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଅପ୍‌କମିଂ ଫିଲ୍ମ ‘ସାମ୍‌ ବାହାଦୂର’କୁ ନେଇ ଅନେକ ଦିନ ହେବ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ଏହି ଫିଲ୍ମକୁ ଫ୍ୟାନ୍ସ ଅତି ଉତ୍ସାହର ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହା ଫ୍ୟାନ୍ସଙ୍କୁ ବହୁତ ହି ପସନ୍ଦ ଆସିଥିଲା । ଏବେ ଏହି ଫିଲ୍ମର ମୋଷ୍ଟ ଅପ୍‌ଡେଟେଡ୍‌ ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ରିଲିଜ ହେବା ପରଠାରୁ ହି ଏହା ଫ୍ୟାନ୍ସଙ୍କ ଦ୍ୱାରା ପ୍ରଶଂସା ଲାଭ କରିଆସୁଛି ।

କେବଳ ଫ୍ୟାନ୍ସ ନୁହେଁ ବିକିଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ର ଟ୍ରେଲର ଆକ୍ଟର ଆକ୍ଟ୍ରେସ ମାନଙ୍କର ମଧ୍ୟ ହୃଦୟ ଜିତି ନେଇଛି । ନିକଟରେ ଏହି ଫିଲ୍ମର ନିର୍ମାତାମାନେ ସମସ୍ତ ଆକ୍ଟର ଆକ୍ଟ୍ରେସଙ୍କ ରିଭ୍ୟୁର ଏକ ଲିଷ୍ଟ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ଏହି ଲିଷ୍ଟରେ କିଆରା ଆଡ଼ଭାନୀ,କ୍ରିତି ସାନନ,ଭୂମି ପାଦେନକର, ରାଜକୁମାର ରାଓ ଏବଂ ରାକୁଲ ପ୍ରୀତ ଆଦି ଅନେକ ସେଲିବ୍ରିଟି ସାମିଲ ଅଛନ୍ତି । ଯେଉଁମାନେ ‘ସାମ ବାହାଦୂର’ର ଟ୍ରେଲର ଦେଖି ବିକିଙ୍କର ଖୁବ ପ୍ରଶଂସା କରିଛନ୍ତି ।

 

View this post on Instagram

 

A post shared by RSVP (@rsvpmovies)

ଫିଲ୍ମ ‘ସାମ୍‌ ବାହାଦୂର’ ଟ୍ରେଲର ବିକିଙ୍କର ଏକ ଜବରଦସ୍ତ ଡାଇଲଗରୁ ଆରମ୍ଭ ହୋଇଛି । ଇଣ୍ଡିଆର ଫିଲ୍ଡ ମାର୍ଶଲ-ସାମ ମନେକେଶଙ୍କର ତାଙ୍କ ଦେଶ ପ୍ରତି ଥିବା ପ୍ରକୃତ ପ୍ରେମର କାହାଣୀକୁ ଏହି ଟ୍ରେଲର ଜୀବନ୍ତ କରିଦେଇଛି । ଟ୍ରେଲରରେ ଦେଶର ପୂର୍ବ ଅବସ୍ଥା ଓ ଯୁଦ୍ଧ ବିଷୟରେ ଦେଖାଯାଇଛି । ଏହି ଟ୍ରେଲରରେ ସାମ୍‌ ମନେକଶଙ୍କର ୪୦ ବର୍ଷର ସେନା କ୍ୟାରିୟରକୁ ବହୁତ ସୁନ୍ଦର ଭାବରେ ଦେଖାଯାଇଛି । ଏହି ଚରିତ୍ରକୁ ବିକି କୌଶଲ ବହୁତ ହି ଭଲ ଭାବେ ନିଭାଇଛନ୍ତି । ଏହି ଟ୍ରେଲରରେ ବିକିଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଏହାସହ ୨ ମିନିଟ୍‌ ୪୩ ସେକେଣ୍ଡର ଟ୍ରେଲରରେ ଫାତିମା ସନା ଶେଖ ଏବଂ ସନାୟା ମାଲହୋତ୍ରାଙ୍କ ଅଭିନୟର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Vicky Kaushal (@vickykaushal09)

ମଙ୍ଗଳବାର ଦିନ ଫିଲ୍ମର ଟ୍ରେଲର ଲଞ୍ଚ ଇଭେଣ୍ଟରେ ମେଘନା ଗୁଲଜାରଙ୍କ ‘ସାମ ବାହାଦୂର’ରେ ହିରୋ ତଥା ଫିଲ୍ଡ ମାର୍ଶଲ ସାମ ମନେକଶଙ୍କ ଅଭିନୟ କରୁଥିବା ବିକି କୌଶଲ ତାଙ୍କର ପ୍ରାରମ୍ଭିକ ଚିନ୍ତାଧାରାକୁ ଖୋଲି କହିଥିଲେ । ତାଙ୍କୁ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ କୁହାଯାଇଥିଲା । ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ ବିକି କୌଶଲ କହିଥିଲେ ଯେ ତାଙ୍କ ମା’ ଏବଂ ବାପା ଦୁହେଁ ପଞ୍ଜାବର ଅଟନ୍ତି ଏବଂ ସେମାନଙ୍କ ଠାରୁ ବିକି ସାମ ମନେକଶଙ୍କ ବିଷୟରେ ବହୁତ କିଛି ଶୁଣିଥିଲେ ।

କିନ୍ତୁ ସେ କିପରି ଦେଖାଯାଉଥିଲେ ତାହା ବିକି ଜାଣି ନଥିଲେ । ତେଣୁ ସେହି ବାର୍ତ୍ତାଳାପ ସମୟରେ ବିକି ଗୁଗଲ୍ କରି ତାଙ୍କ ଫଟୋ ଦେଖିଥିଲେ । ସାମ ମନେକଶ ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ ସେଥିପାଇଁ ବିକି ଏହି ଭୂମିକା ପାଇବେ ବୋଲି କେବେ ଆଶା କରିନଥିଲେ । କିନ୍ତୁ ଏହି ସୁନ୍ଦର ବ୍ୟକ୍ତିଙ୍କ ଭୂମିକା ଦେଇଥିବାରୁ ବିକି କୌଶଲ ମେଘନାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଫିଲ୍ମ ‘ସାମ୍‌ ବାହାଦୂର’ରେ ବିକି କୌଶଲ ଫିଲ୍ଡ ମାର୍ଶଲ ସାମ୍‌ ମନେକଶଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହା ଫିଲ୍ଡ ମାର୍ଶଲ ସାମ୍‌ ମନେକଶଙ୍କ ବାୟୋପିକ୍‌ । ଫିଲ୍ମରେ ବିକିଙ୍କ ବ୍ୟତୀତ ଫାତିମା ସନା ଓ ସନାୟା ମାଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ସନାୟା ଫିଲ୍ମରେ ବିକିଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ । ସେହିପରି ଫାତିମା ଭାରତର ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ରୋଲରେ ନଜର ଆସିବେ । ଫିଲ୍ମକୁ ମେଘନା ଗୁଲଜାନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଡିସେମ୍ବର ୧ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି । ମେଘନା ଗୁଲଜାରଙ୍କ ସହିତ ଏହା ବିକିଙ୍କ ସେକେଣ୍ଡ ପ୍ରୋଜେକ୍ଟ । ଏହା ପୂର୍ବରୁ ବିକି ମେଘନାଙ୍କ ଫିଲ୍ମ ରାଜୀରେ ନଜର ଆସିଥିଲେ ଯାହା ବକ୍ସ ଅଫିସରେ ସୁପରହିଟ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.