ରାଜ୍ୟ

ଲଗାଣ ବର୍ଷା ପରେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ

ଚାନ୍ଦବାଲି(କେନ୍ଯୁଜ୍): ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା । ଉପରୁ ମୁଣ୍ଡରୁ ବନ୍ୟା ପାଣି ଗଡି ତଳିଆ ଅଂଚଳରେ ପ୍ରବେଶ କରିଛି । ଅନ୍ଯପଟେ ବନ୍ୟା ଆସିବା ଖବର ଶୁଣି ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଲୋକେ । ବନ୍ୟା ପାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି , ନାନ୍ଦପୁର , ସୁନ୍ଦରପୁର ଓ ଓଳଗ ପଂଚାୟତର କିଛି ଗାଁକୁ ପ୍ରବେଶ କରିଛି । ଏଥିସହ ଆରଡି – ମତୋ ମୁଖ୍ୟ ରାସ୍ତାର ଭୂଇଁପୁର ଘୋଷରା ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଲୋକମାନେ ଯା-ଆସ କରିପାରୁନାହିାଁନ୍ତି ।

ଏସବୁ ବ୍ଯତୀତ ୪ଟି ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିକୁ ବୁଡାଇ ରଖିଛି ବନ୍ୟା ପାଣି । ତେବେ ଗତକାଲି କିଛି ଚାଷ ଜମି ବନ୍ୟା ପାଣିରେ ବୁଡିଥିବା ବେଳେ ଆଜି ସମ୍ପୂର୍ଣ୍ଣଭାବେ ଜଳମଗ୍ନ ହୋଇଛି ଚାଷଜମି । ସେହିପରି ବୋଡକ ଗାଁର ପଦା ଉପରେ ଘର କରି ରହିଥିବା କିଛି ଘର ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି । ନଳକୂପ ଚାରିପାଖେ ପାଣି ଜମିରହିଥିବାରୁ ଭେଳା ସାହାଯ୍ଯରେ ଘରକୁ ପିଇବା ପାଣି ଲୋକେ ନେଉଥିବାର ଦେଖିବାକୁ ମିଳିଛି । ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡିବା ସହ ଯେପରି ଭାବେ ଉପର ମୁଣ୍ଡରୁ ତଳକୁ ପାଣି ଗଡି ଚାଲିଛି ନିଶ୍ଚିତଭାବେ ତଳିଆ ଅଞ୍ଚଳର ବହୁ କ୍ଷତି ଘଟାଇବାର ମଧ୍ଯ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ  ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଯଦି ଅଧିକ ବର୍ଷା ହୁଏ ତେବେ ଏହି ୪ଟି ପଂଚାୟତର ବ୍ୟାପକ କ୍ଷତି ଘଟିବ ବୋଲି ଲୋକମାନେ କହିଛନ୍ତି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago