Below header

ଲଗାଣ ବର୍ଷା ପରେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା, ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ 

ଚାନ୍ଦବାଲି(କେନ୍ଯୁଜ୍): ଲଗାଣ ବର୍ଷା ପରେ ଏବେ ବୈତରଣୀ ନଦୀରେ ଆସିଛି ପ୍ରଥମ ବନ୍ୟା । ଉପରୁ ମୁଣ୍ଡରୁ ବନ୍ୟା ପାଣି ଗଡି ତଳିଆ ଅଂଚଳରେ ପ୍ରବେଶ କରିଛି । ଅନ୍ଯପଟେ ବନ୍ୟା ଆସିବା ଖବର ଶୁଣି ଭୟଭୀତ ହୋଇପଡିଛନ୍ତି ନଦୀକୂଳିଆ ଲୋକେ । ବନ୍ୟା ପାଣି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଆରଡି , ନାନ୍ଦପୁର , ସୁନ୍ଦରପୁର ଓ ଓଳଗ ପଂଚାୟତର କିଛି ଗାଁକୁ ପ୍ରବେଶ କରିଛି । ଏଥିସହ ଆରଡି – ମତୋ ମୁଖ୍ୟ ରାସ୍ତାର ଭୂଇଁପୁର ଘୋଷରା ଉପରେ ୩ଫୁଟର ପାଣି ପ୍ରବାହିତ ହେଉଛି । ଫଳରେ ଲୋକମାନେ ଯା-ଆସ କରିପାରୁନାହିାଁନ୍ତି ।

aaradi floodଏସବୁ ବ୍ଯତୀତ ୪ଟି ପଂଚାୟତର ହଜାର ହଜାର ହେକ୍ଟର ଚାଷ ଜମିକୁ ବୁଡାଇ ରଖିଛି ବନ୍ୟା ପାଣି । ତେବେ ଗତକାଲି କିଛି ଚାଷ ଜମି ବନ୍ୟା ପାଣିରେ ବୁଡିଥିବା ବେଳେ ଆଜି ସମ୍ପୂର୍ଣ୍ଣଭାବେ ଜଳମଗ୍ନ ହୋଇଛି ଚାଷଜମି । ସେହିପରି ବୋଡକ ଗାଁର ପଦା ଉପରେ ଘର କରି ରହିଥିବା କିଛି ଘର ପାଣି ଘେରରେ ରହିଥିବା ଦେଖିବାକୁ ମିଳିଛି । ନଳକୂପ ଚାରିପାଖେ ପାଣି ଜମିରହିଥିବାରୁ ଭେଳା ସାହାଯ୍ଯରେ ଘରକୁ ପିଇବା ପାଣି ଲୋକେ ନେଉଥିବାର ଦେଖିବାକୁ ମିଳିଛି । ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ଚାଷୀମାନେ ଚିନ୍ତାରେ ପଡିବା ସହ ଯେପରି ଭାବେ ଉପର ମୁଣ୍ଡରୁ ତଳକୁ ପାଣି ଗଡି ଚାଲିଛି ନିଶ୍ଚିତଭାବେ ତଳିଆ ଅଞ୍ଚଳର ବହୁ କ୍ଷତି ଘଟାଇବାର ମଧ୍ଯ ଆଶଙ୍କା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ  ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଯଦି ଅଧିକ ବର୍ଷା ହୁଏ ତେବେ ଏହି ୪ଟି ପଂଚାୟତର ବ୍ୟାପକ କ୍ଷତି ଘଟିବ ବୋଲି ଲୋକମାନେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.