Below header

WhatsApp ର ଡାଟା କ୍ଲିଅର କରି ଫୋନର ମେମୋରୀକୁ ବୁଷ୍ଟ କରିବାର ସବୁଠାରୁ ସହଜ ଉପାୟ, ଜାଣନ୍ତୁ କିପରି କରିବେ

ଭାରତରେ ଅଧିକାଂଶ ସ୍ମାର୍ଟଫୋନ ୟୁଜର୍ସଙ୍କ ପାଇଁ ହ୍ଵାଟସଆପ୍‌ ମେସେଜ ରିପ୍ଲେସ କରିସାରିଛି। ହ୍ଵାଟସଆପ୍‌ରେ ଆପଣଙ୍କର ଏମିତି କେତେକ ଗ୍ରୁପ ରହିଛି। ଯେଉଁଥିରେ ଅନେକ ଚାଟ୍‌ ଆପଣଙ୍କ ହ୍ଵାଟସଆପ୍‌ରେ ରହିଥିବ। କିନ୍ତୁ ଏହି ଚାଟ୍‌ ଯୋଗୁଁ ଆପଣଙ୍କ ଫୋନର ସ୍ପିଡ କମ୍‌ ହୋଇଯାଇଥାଏ। ଗ୍ରୁପ ଚାଟ୍‌ ଆପଣଙ୍କ ସ୍ମାର୍ଟଫୋନର ମେମୋରୀ ଅକ୍ତିଆର କରିନେଇଥାଏ। ଟେକ୍ସଷ୍ଟ ଅଳ୍ପ ସ୍ପେସ ନେଇଥାଏ କିନ୍ତୁ ଗ୍ରୁପରେ ଆସିଥିବା ଫଟୋ, ଭିଡିଓ, ଲିକ୍ସଂ ଏବଂ ଜିଏଫ ଫୋନରେ ଅଧିକ ମେମୋରୀ ନେଇଯାଇଥାଏ।

ଯଦି ଆପଣ ଜବ୍‌ କିମ୍ବା ବିଜନେସ କୁଥିାନ୍ତି ତେବେ ଆପଣ ନିଜର ହ୍ଵାଟସଆପ୍‌ର ଚାଟ୍‌କୁ କ୍ଲିଅର କରି ଫୋନର ମେମୋରୀକୁ ବୁଷ୍ଟ କରିପାରିବେ। ଏମିତି ଉପାୟ ରହିଛି ଯେଉଁଥିରେ ଆପଣ ବ୍ୟକ୍ତିଗତ କଣ୍ଟାକ୍ଟ ଠାରୁ ଆରମ୍ଭ କରି ଗ୍ରୁପ ଚାଟ୍‌କୁ କ୍ଲିଅର କରି ଫୋନର ମେମୋରୀକୁ ବୁଷ୍ଟ କରିପାରିବେ। ଏହାସହିତ ଆପଣଙ୍କ ପାଖରେ ବ୍ୟାକ୍‌ଅପ୍‌ର ମଧ୍ୟ ଅପସନ ରହିଥିବ।

whas

ପ୍ରଥମେ ହ୍ଵାଟସଆପ୍‌ ସେଟିଂକୁ ଯଯାଇ ଆପଣ ସଂପୂର୍ଣ୍ଣ ହ୍ଵାଟସଆପ୍‌ ଚାଟର ବ୍ୟାକଅପ ନେଇଯାଆନ୍ତୁ। ବ୍ୟାକ୍‌ଅପ୍‌ ଶେଷ ହେବା ପରେ ହ୍ଵାଟସଆପ୍‌ ଓପନ କରି ପ୍ରୋସେସ ଫଲୋ କରନ୍ତୁ। ପ୍ରଥମେ ହ୍ଵାଟସଆପ୍‌ ସେଟିଂକୁ ଯାଆନ୍ତୁ, ସେଠାରେ ଡାଟା ଏବଂ ଷ୍ଟୋରେଜ ୟୁଜେସ ଅପସନ ଦେଖିବାକୁ ମିଳିବ। ଏହାଉପରେ ଟ୍ୟାପ୍‌ କରନ୍ତୁ, ଏବେ ଏହାର ସବୁଠାରୁ ଉପରେ ନେଟଓ୍ଵାର୍କ ୟୁଜେସ ଏବଂ ଡାଟା ୟୁଜେସ ଦେଖିବାକୁ ମିଳିବ। ଏଠାରେ ଥିବା ଷ୍ଟୋରେଜ ୟୁଜେସରେ ଟ୍ୟାପ୍‌ କରନ୍ତୁ। ଏବେ ଆପଣଙ୍କୁ ଲିଷ୍ଟ ଦେଖାଯିବ। ସବୁଠାରୁ ଉପରେ ଯେଉଁ ଗ୍ରୁପ ରହିଥିବ, ସେ ଗ୍ରୁପ କିମ୍ବା ବ୍ୟକ୍ତି ଆପଣଙ୍କ ଫୋନର ଅଧିକ ସ୍ପେସ ନେଇଥିବ।

ଏବେ ସେହି ଲିଷ୍ଟରେ ଗୋଟେ ଗୋଟେ ଚାଟକୁ ସିଲେକ୍ଟ କରନ୍ତୁ। ସିଲେକ୍ଟ କରିବା ପରେ ଆପଣଙ୍କୁ ଏହି ଚାଟ୍‌ରେ କୌଣସି ପ୍ରକାର ଫାଇଲ ଏବଂ ସ୍ପେସ କୁନଜ୍ୟୁମ ହେଉଛି। ଏହାକୁ ସିଲ୍ଟେ କରି ଫ୍ରି ଅପ୍‌ ସ୍ପେସ୍‌ ଟ୍ୟାପ୍‌ କରନ୍ତୁ। ଏହାପରେ ସବୁ ଚାଟ୍‌ କ୍ଲିଅର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.