ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ , ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା

ବାଲେଶ୍ୱର: ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାରେ। ପୋଲ ତଳକୁ ଓଲଟିଲା ଜନନୀ ଆମ୍ବୁଲାନ୍ସ । ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ ମହିଳା । ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସିଲା ଆମ୍ବୁଲାନ୍ସ ।

ବାଲେଶ୍ୱର ଜିଲ୍ଲା ସୋର କୁପାରୀ ରାସ୍ତାର କୋଚିଆକୋଇଲି ଠାରେ ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ପହଞ୍ଚି ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରି ସୋର ମେଡିକାଲରେ ଭର୍ତ୍ତି କରିଛି । ଏଥିରେ ଅନ୍ୟ କାହାର କୌଣସି କ୍ଷତି ହୋଇନଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.