Below header

ଆରଡିରୁ ଚିହ୍ନଟ ହେଲେ ୩୧ଜଣ ପଜିଟିଭ, ସାତ ଦିନ ପାଇଁ ସ୍ଥାନୀୟ ଅଞ୍ଚଳ ସଟଡାଉନ ଘୋଷଣା କଲେ ସରପଂଚ

ଚାନ୍ଦବାଲି(କେନ୍ଯୁଜ୍): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ.ଏ.ସିି ଓ ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢଇବାରେ ଲାଗିଛି । ବ୍ଲକର ଆରଡି ପଂଚାୟତରେ ଗତକାଲି ଟେଷ୍ଟ ପରେ ୩୧ଜଣ କରୋନା ପଜେଟିଭି ଚିହ୍ନଟ ହେବାରୁ ଆରଡି ପଂଚାୟତକୁ କଣ୍ଟେନମେଣ୍ଟ ଜୋନ କରିବା ସହ ୭ଦିନ ପାଇଁ ସଟଡାଉନ କରିଛନ୍ତି ସରପଂଚ । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରୁ ୨୭ତାରିଖ ପର୍ଯ୍ୟନ୍ତ ଆରଡି ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ସରପଂଚ । ତେବେ ଗୋଟିଏ ଗାଁରୁ ଏକକାଳିନ ୩୧ ପଜେଟିଭ ବାହାରିବାରୁ ଲୋକଙ୍କ ଭିତରେ ଭୟ ଖେଳିଯାଇଛି । ତେବେ ଆରଡି ଭିତରକୁ ଯେପରି କୈାଣସି ବାହାର ଲୋକ ପ୍ରବେଶ କରିନପାରିବେ ସେଥିପାଇଁ ଆରଡି ଚାରାପିଖକୁ ବ୍ୟାରିକେଡ କରି ସିଲ୍ କରିଛି ପ୍ରଶାସନ ।

ଏଥିସହ ଆରଡିରେ ଆଖଣ୍ଡଳମଣୀଙ୍କ ମନ୍ଦିର ଥିବାରୁ ଯେପରି ଭକ୍ତମାନେ ଆରଡି ଭିତରକୁ ପ୍ରବେଶ ନକରିବେ ସେଥିପାଇଁ ସ୍ଥାନୀୟ ପୋଲିସ ମଧ୍ଯ ପେଟ୍ରୋଲିଙ୍ଗ କରୁଥୁବାର ଦେଖିବାକୁ ମିଳିଛି । ତେବେ ଆଗକୁ ଅଧିକ ପରିମାଣରେ ଟେଷ୍ଟିଂ କରାଯିବା ସହ ପ୍ରଶାସନକୁ ସହେଯାଗ କରିବା ଏବଂ ସଟଡାଉନ ନିୟମକୁ ପାଳନ କରି ଚଳିବାକୁ ଆରଡି ପଂଚାୟତବାସୀଙ୍କୁ ନିବେଦନ କରିଛନ୍ତି ସରପଂଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.