ପୂର୍ବଦିନ ଭଳି ଭୁବନେଶ୍ୱର ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ସୁନା ମୂଲ୍ୟ

ପୁଣି ହ୍ରାସ ପାଇଲା ସୁନା ଦାମ୍। ଗତ କିଛିଦିନ ହେଲାଣି ସୁନା ଦାମ୍ ହ୍ରାସ ପାଇବାରେ ଲାଗିଛି। ସୁନା ମୂଲ୍ୟରେ ଏକ ବଡ ଧରଣର ହ୍ରାସ ଦେଖାଦେଇଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୧,୯୯୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୯୯୦ହଜାର ଟଙ୍କାରେ ପହଁଚିଥିବା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ବିଗତ ୧୦ ଦିନ ତଳେ ସୁନା ମଲ୍ୟ ପାଖାପାଖି ୬୦ ହଜାରରେ ପହଞ୍ଚିଥିବା ବେଳେ ଏବେ ୨୪କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫, ୪୭୦ ଟଙ୍କା ଓ ୫୦, ୮୫୦ ଟଙ୍କା ଛୁଇଁଥିବା ଲକ୍ଷ୍ୟ କରାଯାଇଛି ।

gold-bangles-1

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ସନ୍ଧ୍ୟା ସୁଦ୍ଧା ୫୧, ୯୯୦ଟଙ୍କା ଓ ୫୦,୯୯୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫, ୯୬୦ ଟଙ୍କା ୫୧, ୩୧୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୫, ୪୭୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୫୦, ୮୫୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫, ୨୫୦ ଟଙ୍କା ଓ ୫୨, ୫୩୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଅନ୍ୟତମ ପ୍ରମୁଖ ଧାତୁ ରୁପା ମୂଲ୍ୟରେ ବି ଧୀରେ ଧୀରେ ହ୍ରାସ ଘଟୁଥିବା ଲକ୍ଷ୍ୟ କରାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୯୧୦ ଟଙ୍କା ପହଁଚିଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.