ରାଜ୍ୟ

ଅସହାୟ ଲୋକଙ୍କ ସାହାରା ପାଲଟିଛନ୍ତି ବାଂଶପାଳ ବ୍ଳକ୍ ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ, ନିଜେ ରୋଷେଇ କରି ପରଷୁଛନ୍ତି ଖାଦ୍ୟ

ବାଂଶପାଳ (କେ ନ୍ୟୁଜ୍‌) : କରୋନା ଆଣିଦେଇଛି ସମସ୍ତଙ୍କ ପାଇଁ ଦୁଃଖ । କିଏ ରୋଜଗାର ହରାଇଛି ତ କିଏ ନିଜ ପ୍ରିୟଜନଙ୍କ ଠାରୁ ଦୂରେଇ ରହି ଫେରିବାର ବାଟକୁ ଅନାଇ ବସିଛି । ଏହା ଭିତରେ ସଂକ୍ରମଣକୁ ସମୂଳେ ନାଶ କରିବା ପାଇଁ ସରକାର ବଢାଇ ଦେଇଛନ୍ତି ଲକ୍‌ଡାଉନ୍‌ ସମୟ ସୀମା । ଫଳରେ ଗରିବଙ୍କ ଉପରେ ପଡିଛି ଏହାର ବିଶେଷ ପ୍ରଭାବ । କାମ ଧନ୍ଦା ନଥିବାରୁ ଖାଇବା ପିଇବାରେ ଅସୁବିଧା ଭୋଗୁଛନ୍ତି ଏମାନେ ।

ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢାଇଛନ୍ତି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ । ନିଜ ପଞ୍ଚାୟତ ଉପର ରାୟଗୋଡାର ଗରିବ ଓ ଅସହାୟ ଲୋକ ମାନଙ୍କୁ ନିଜେ ରୋଷେଇ କରି ଖାଦ୍ୟ ପରସୁଛନ୍ତି ଏବଂ ଛୁଆମାନଙ୍କୁ ଖୁଆଇ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ ଗାଁରେ ଜଣେ ୧୦ବର୍ଷର ଝିଅ ଯିଏକି ଜନ୍ମରୁ କୌଣସି ଅଜଣା ରୋଗରେ ପୀଡିତ ହୋଇ ବିଛଣାରେ ପଡି ରହିଛି ତାର ସମସ୍ତ ଦାୟିତ୍ବ ନିଜେ ଉଠାଇବାକୁ କହିଛନ୍ତି ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ ।

ଏହା ସହିତ ସେ ପଞ୍ଚାୟତ ବାସୀଙ୍କୁ କହିଛନ୍ତି କି ଏହା ମହାବିପତ୍ତିର ସମୟ । ଏଭଳି ସମୟରେ ମତେ ଏଭଳି କାର୍ଯ୍ୟ କରିବାରେ ବେଶ୍ ଆତ୍ମସନ୍ତୋଷ ମିଳୁଛି । ଏହାସହିତ ସେ ଅନ୍ୟ ଜନପ୍ରତିନିଧିମାନଙ୍କୁ ଲୋକଙ୍କପାଖରେ ପହଁଚି ସେମାନଙ୍କ ସୁଖ ଦୁଃଖ ବୁଝିବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ଅନ୍ୟପଟେ ବ୍ଳକ୍ ଅଧ୍ୟକ୍ଷାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭରି ପ୍ରଶଂସା କରୁଛନ୍ତି ।

କେନ୍ଦୁଝର ବାଂଶପାଳରୁ ଦୀପକ ବେହେରାଙ୍କ ରିପୋର୍ଟ,କେନ୍ୟୁଜ୍

 

 

 

Sonalisa

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

47 mins ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

1 hour ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

1 hour ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

4 hours ago