ଅସହାୟ ଲୋକଙ୍କ ସାହାରା ପାଲଟିଛନ୍ତି ବାଂଶପାଳ ବ୍ଳକ୍ ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ, ନିଜେ ରୋଷେଇ କରି ପରଷୁଛନ୍ତି ଖାଦ୍ୟ

ବାଂଶପାଳ (କେ ନ୍ୟୁଜ୍‌) : କରୋନା ଆଣିଦେଇଛି ସମସ୍ତଙ୍କ ପାଇଁ ଦୁଃଖ । କିଏ ରୋଜଗାର ହରାଇଛି ତ କିଏ ନିଜ ପ୍ରିୟଜନଙ୍କ ଠାରୁ ଦୂରେଇ ରହି ଫେରିବାର ବାଟକୁ ଅନାଇ ବସିଛି । ଏହା ଭିତରେ ସଂକ୍ରମଣକୁ ସମୂଳେ ନାଶ କରିବା ପାଇଁ ସରକାର ବଢାଇ ଦେଇଛନ୍ତି ଲକ୍‌ଡାଉନ୍‌ ସମୟ ସୀମା । ଫଳରେ ଗରିବଙ୍କ ଉପରେ ପଡିଛି ଏହାର ବିଶେଷ ପ୍ରଭାବ । କାମ ଧନ୍ଦା ନଥିବାରୁ ଖାଇବା ପିଇବାରେ ଅସୁବିଧା ଭୋଗୁଛନ୍ତି ଏମାନେ ।

cookଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସହାୟତାର ହାତ ବଢାଇଛନ୍ତି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ । ନିଜ ପଞ୍ଚାୟତ ଉପର ରାୟଗୋଡାର ଗରିବ ଓ ଅସହାୟ ଲୋକ ମାନଙ୍କୁ ନିଜେ ରୋଷେଇ କରି ଖାଦ୍ୟ ପରସୁଛନ୍ତି ଏବଂ ଛୁଆମାନଙ୍କୁ ଖୁଆଇ ମଧ୍ୟ ଦେଉଛନ୍ତି । ଖାଲି ସେତିକି ନୁହେଁ ଗାଁରେ ଜଣେ ୧୦ବର୍ଷର ଝିଅ ଯିଏକି ଜନ୍ମରୁ କୌଣସି ଅଜଣା ରୋଗରେ ପୀଡିତ ହୋଇ ବିଛଣାରେ ପଡି ରହିଛି ତାର ସମସ୍ତ ଦାୟିତ୍ବ ନିଜେ ଉଠାଇବାକୁ କହିଛନ୍ତି ଅଧ୍ୟକ୍ଷା ଦଶରୀ ମନ୍ତ୍ରୀ ।

cook 1ଏହା ସହିତ ସେ ପଞ୍ଚାୟତ ବାସୀଙ୍କୁ କହିଛନ୍ତି କି ଏହା ମହାବିପତ୍ତିର ସମୟ । ଏଭଳି ସମୟରେ ମତେ ଏଭଳି କାର୍ଯ୍ୟ କରିବାରେ ବେଶ୍ ଆତ୍ମସନ୍ତୋଷ ମିଳୁଛି । ଏହାସହିତ ସେ ଅନ୍ୟ ଜନପ୍ରତିନିଧିମାନଙ୍କୁ ଲୋକଙ୍କପାଖରେ ପହଁଚି ସେମାନଙ୍କ ସୁଖ ଦୁଃଖ ବୁଝିବାକୁ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି । ଅନ୍ୟପଟେ ବ୍ଳକ୍ ଅଧ୍ୟକ୍ଷାଙ୍କ ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ଭୁରି ଭରି ପ୍ରଶଂସା କରୁଛନ୍ତି ।

କେନ୍ଦୁଝର ବାଂଶପାଳରୁ ଦୀପକ ବେହେରାଙ୍କ ରିପୋର୍ଟ,କେନ୍ୟୁଜ୍

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.