ଜୟପୁର (କେନ୍ୟୁଜ୍) : ଅପରାଧୀ ଭାରି ଚାଲାକ୍ । ବିଭିନ୍ନ କୌଶଳ କରି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ହେଲେ ତାଠାରୁ ଅଧିକ ଚାଲାକି ଦେଖାଇଛି ଜୟପୁର ସଦର ପୋଲିସ୍ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଛନ୍ତି ଚାଲାଣକାରୀ। ଗୋଟିଏ ଟ୍ରକ୍ରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍ ଏହି ଚାଲାଣକାରୀଙ୍କୁ ଧରିଛି ।
ହଜାରେ ଲିଟର ପାଣି ଧରିଲା ଭଳି ସିନଟେକ୍ସ ଟାଙ୍କି ଭିତରେ ଏହି ସବୁ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ୯ଟି ଟାଙ୍କିରେ ଏହି ସବୁ ଗଞ୍ଜେଇ ରଖା ଯାଇଥିଲା । ପୋଲିସ୍ ଏସବୁ ଜବତ କରିବା ସହ ଚୋରା ବେପାରୀଙ୍କ ନିକଟରୁ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲି ।
ଯୁଦ୍ଧ ଶେଷ କରିବାର ସମୟ ଆସିଛି । ଗାଜାରେ ଯୁଦ୍ଧ ଶେଷ କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ଆମେରିକା ରାଷ୍ଟ୍ରପତି…
ଏଥର ଗରମ ସମସ୍ତ ରେକର୍ଡ ଭାଙ୍ଗିଦେଇଛି । ଚଳିତ ବର୍ଷ ସମଗ୍ର ଭାରତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି, ଏଥିଯୋଗୁଁ…
ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଗୁଜରାଟ ହାଇକୋର୍ଟରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି…
ବାଲେଶ୍ୱର (କେନ୍ୟୁଜ୍): ସକାଳ ୯ଟା ସୁଦ୍ଧା ରାଜ୍ୟରେ ୭.୬୯ ପ୍ରତିଶତ ମତଦାନ ହୋଇଛି । ବାଲେଶ୍ୱର ୭.୪୬ ପ୍ରତିଶତ, ଭଦ୍ରକରେ…
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲାରେ ନାବାଳକଙ୍କ ମା’ଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନାବାଳକ ମା' ଶିବାନୀ…
କେନ୍ୟୁଜ୍: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…