ରାଜ୍ୟ

ଘରୋଇ ବସ ମାଲିକମାନଙ୍କ ପାଇଁ ଆଶ୍ବସ୍ତିକର ଖବର,ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ):  ଘରୋଇ ବସ ମାଲିକମାନଙ୍କ ପାଇଁ ଆଶ୍ବସ୍ତି  ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କଲେ ରାଜ୍ୟ ସରକାର । ଘରୋଇ ଟୁରିଷ୍ଟ, ଯାତ୍ରୀବାହୀ ବସ୍‌ ଗୁଡ଼ିକର ଟ୍ୟାକ୍ସ ଛାଡ କରିଛି ପରିବହନ ବିଭାଗ। ପୂର୍ବରୁ ୩ ମାସ ଟ୍ୟାକ୍ସ ଛାଡ଼ କରାଯାଇଥିବା ବେଳେ ପୁଣି ୩ ମାସ ପାଇଁ ଟ୍ୟାକ୍ସ ଛାଡ଼ କରାଯାଇଥିବାର ସୂଚନା ମିଳିଛି । ଜୁଲାଇ ମାସରେ ୭୫%, ଅଗଷ୍ଟ ମାସରେ ୫୦%, ସେପ୍ଟେମ୍ବର ମାସ ପାଇଁ ୨୫% ଟ୍ୟାକ୍ସ ଛାଡ କରାଯାଇଛି । ପୂର୍ବରୁ ଏପ୍ରିଲ, ମେ ଏବଂ ଜୁନ୍‌ ମାସ ପାଇଁ ସମ୍ପୂର୍ଣ୍ଣ ଟ୍ୟାକ୍ସ ଛାଡ କରାଯାଇଥିଲା ।

ହୁ ହୁ ହୋଇ ତୈଳଦର ବଢିଚାଲିଥିବା ବେଳେ ବସରେ ପାସେଞ୍ଜର ନହେଉଥିବା କାରଣରୁ ଚିନ୍ତାରେ ଥିଲେ ଘରୋଇ ବସ ମାଲକମାନେ। ଏମିତିରେ ଅନେକ ବସ ମାଲିକ ନିଜ ବସକୁ ରୁଟରେ ଚଳାଉନଥିବାର ମଧ୍ୟ ଖବର ଆସିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଏହି ଘୋଷଣା ଘରୋଇ ମସ ମାଲିକମାନଙ୍କୁ ଆଶ୍ବସ୍ତି ଦେବା ବୋଲି ଜଣାପଡିଛି।

Sasmita

Recent Posts

ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର

କେନ୍ଦୁଝର (କେନ୍ୟୁଜ): ଆଉ ନାହାନ୍ତି ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର । କାଠି କଣ୍ଢେଇ ନୃତ୍ୟ ସଂସ୍କୃତିକୁ ବଞ୍ଚେଇ ରଖିଥିବା…

1 min ago

ଭୋଟ ଦେଉଛି ଯାଜପୁର,ବାଲେଶ୍ୱର,ଜଗତସିଂପୁର,ଭଦ୍ରକ: ବୁଥ୍ ସମ୍ମୁଖରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଯାଜପୁର/ବାଲେଶ୍ୱର/ଜଗତସିଂପୁର/ଭଦ୍ରକ(କେନ୍ୟୁଜ୍‌): ଯାଜପୁର ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ ୧୫…

10 mins ago

କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ

କେନ୍ଦ୍ରାପଡ଼ା (କେନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଲୋକସଭା କ୍ଷେତ୍ର ସହ ୭ଟି ଯାକ ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ। ମୋଟ…

33 mins ago

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

55 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

1 hour ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

9 hours ago