ପାଣି ଟାଙ୍କିରେ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା ଜୟପୁର ପୋଲିସ୍‌

ଜୟପୁର (କେନ୍ୟୁଜ୍‌) : ଅପରାଧୀ ଭାରି ଚାଲାକ୍ । ବିଭିନ୍ନ କୌଶଳ କରି ରାଜ୍ୟର ଉପାନ୍ତ ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଛନ୍ତି । ହେଲେ ତାଠାରୁ ଅଧିକ ଚାଲାକି ଦେଖାଇଛି ଜୟପୁର ସଦର ପୋଲିସ୍ । ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ଧରା ପଡିଛନ୍ତି ଚାଲାଣକାରୀ। ଗୋଟିଏ ଟ୍ରକ୍‌ରେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ପୋଲିସ୍ ଏହି ଚାଲାଣକାରୀଙ୍କୁ ଧରିଛି ।

GANJEI-1GANJEI-3

ହଜାରେ ଲିଟର ପାଣି ଧରିଲା ଭଳି ସିନଟେକ୍ସ ଟାଙ୍କି ଭିତରେ ଏହି ସବୁ ଗଞ୍ଜେଇ ଭର୍ତ୍ତି ହୋଇଥିଲା । ୯ଟି ଟାଙ୍କିରେ ଏହି ସବୁ ଗଞ୍ଜେଇ ରଖା ଯାଇଥିଲା । ପୋଲିସ୍ ଏସବୁ ଜବତ କରିବା ସହ ଚୋରା ବେପାରୀଙ୍କ ନିକଟରୁ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରିଛି । ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଜୟପୁର ଏସଡିପିଓ ବରୁଣ ଗୁଣ୍ଟୁପାଲି ।

GANJEI-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.