Below header

ସୁସ୍ଥ ତାଲିକାରେ ଯୋଡି ହେଲେ ୪୫୭, ଏଥରକ ମଧ୍ୟ ସର୍ବାଧିକ ଭାଗ ଗଞ୍ଜାମର

କେନ୍ୟୁଜ୍(ବ୍ୟୁରୋ):  ଆଶ୍ବସ୍ତିକର ଖବର ଦେଲା ସ୍ବାସ୍ଥ୍ୟ ବିଭାଗ।  ରାଜ୍ୟରେ ଆଜି ୪୫୭ ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ, ଏମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୧୧୮, ନୟାଗଡର ୫୩, କଟକର ୪୪, ସୁନ୍ଦରଗଡର ୩୮, ଖୋର୍ଦ୍ଧାର ୩୨, ଗଜପତିର ୨୨, ଯାଜପୁରର ୨୦, ନୂଆପଡାର ୧୮, ବାଲେଶ୍ବରର ୧୭,ମୟୂରଭଞ୍ଜର ୧୫, ଅନୁଗୁଳର ୧୧, କୋରାପୁଟର ୧୧, ମାଲକାନଗିରି ଓ କେନ୍ଦ୍ରାପଡାର ୯ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି।

ସେହିଭଳି କେନ୍ଦୁଝରର ୭, ଝାରସୁଗୁଡାର ୬, ବୌଦ୍ଧର ୫, ଦେବଗଡର ୪, ବରଗଡ ନବରଙ୍ଗପୁର ଓ ସମ୍ବଲପୁରରୁ ୩ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ଏହା ସହିତ ବଲାଙ୍ଗିର,ପୁରୀ ଓ ରାୟଗଡାରୁ ୨ ଜଣ ଲଖାଏଁ ସୁସ୍ଥ ହୋଇଛନ୍ତି। ସେହିଭଳି ଭଦ୍ରକ,ଢେଙ୍କାନାଳ ଓ ଜଗତସିଂହପୁରରୁ ଜଣେ ଲଖାଏଁ କରୋନାରୁ ଆରୋଗ୍ୟ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥମାନଙ୍କୁ  ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ସଂଖ୍ୟା ୧୨୯୧୦ରେ ପହଞ୍ଚିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.