Below header

ମୟୁରଭଞ୍ଜ ଜିଲ୍ଲାରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ମାମଲାରେ ଜଣେ ଗିରଫ

ମୟୁରଭଞ୍ଜ(କେନ୍ୟୁଜ୍‌) : ଏସ୍‌ଟିଏଫ୍‌ ଟିମ୍‌ ହାତରେ ଲାଗିଛି ଏକ ବଡ଼ ବ୍ରାଉନ୍‌ ସୁଗାର କାରବାରର ଖିଅ । ଗତକାଲି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ନିକଟ ଜାତୀୟ ରାଜପଥ କଡ଼ରୁ ପ୍ରାୟ ୩ କୋଟି ଟଙ୍କା ମୂଲ୍ୟର ବ୍ରାଉନ୍‌ ସୁଗର ଜବତ କରି ଜଣକୁ ଗିରଫ କରିଛି ।

କୁଳିଅଣା ନିକଟ ଜାତୀୟ ରାଜପଥ ନିକଟରୁ ଏସ୍‌ଟିଏଫ୍‌ ଟିମ୍‌ ୩ କିଲୋ ୨୮୦ ଗ୍ରାମର ବ୍ରାଉନ୍‌ ସୁଗର ଜବତ କରିବା ସହ ବାରିଦା ଅସ୍ତିଆ ଅଞ୍ଚଳର ସେକ୍‌ ଆସିକ୍‌କୁ ଗିରଫ କରିଛି । ବ୍ରାଉନ୍‌ ସୁଗରର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି । ଏହି ମାମଲାରେ ଏସ୍‌ଟିଏଫ୍‌ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ବାରିପଦା ଦୈାରା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା । ପରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଏସ୍‌ଟିଏଫ୍‌ ଆବେଦନ କରିଥିଲା ।

ମାମଲା ବିଚାର କରି ଅଭିଯୁକ୍ତକୁ ୪ ଦିନ ରିମାଣ୍ଡ ଦେଇଛନ୍ତି ଜିଲ୍ଲା ଓ ଦୌରା ଜଜ୍ । ଅଭିଯୁକ୍ତକୁ ରିମାଣ୍ଡରେ ନେଇମାମଲାର ଅଧିକ ଖୋଲତାଡ କରିବ ଏସ୍ଟିଏଫ୍ । ମୟୁରଭଞ୍ଜ ଜିଲ୍ଲାରେ ଏତେ ପରିମାଣର ବ୍ରାଉନସୁଗାର ଜବତ ଘଟଣା ପ୍ରଥମ । ତେବେ କେବଳ ମୟୁରଭଞ୍ଜ ଜିଲ୍ଲାରେ ଏହି ବ୍ରାଉନସୁଗାର ବିକ୍ରି କରିଥାନ୍ତା ଅଭିଯୁକ୍ତ ନା ଆଉ କୌଣସି ଜିଲ୍ଲାକୁ ମଧ୍ୟ ପଠାଯିବାର ବ୍ୟବସ୍ଥା ଥିଲା ତାହା ନେଇ ଅଧିକ ତଦନ୍ତ ଜାରି ରଖିଛି ଏସ୍‌ଟିଏଫ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.