Below header

ଲକଡାଉନରେ ଘରୁ ବାହାରି କ୍ରିକେଟ ଖେଳୁଛନ୍ତି ସିଦ୍ଧାର୍ଥ ଶୁକ୍ଳା, ଦେଖନ୍ତୁ ଭିଡିଓ

ବିଗବସ୍‌ ୧୩ର ବିଜେତା ଏବଂ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ତଥା ଲୋକପ୍ରିୟ ଚେହେରା ସିର୍ଦ୍ଧାର୍ଥ ଶୁକ୍ଳାଙ୍କୁ କିଏ ବା ନ ଜାଣେ। ନିଜ ଖାସ୍‌ ଅନ୍ଦାଜରେ ସମସ୍ତଙ୍କ ମନକୁ ଚୋରି କରିପାରନ୍ତି ସିଦ୍ଧାର୍ଥ। ବିଗବସ୍‌ ୧୩ରେ ତ ସେ ଧମାଲ ମଚାଇଥିଲେ। କେବଳ ଏତିକି ନୁହେଁ ଶୋ ପରେ ମଧ୍ୟ ଆକ୍ଟର ଲଗାତର ଚର୍ଚ୍ଚାରେ ରହୁଛନ୍ତି।

ନିକଟରେ ସିଦ୍ଧାର୍ଥ ଶୁଳ୍କାଙ୍କ ଏକ ଭିଡିଓ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ସିଦ୍ଧାର୍ଥ ଶୁକ୍ଳା କ୍ରିକେଟ ଖେଳୁଛନ୍ତି। କ୍ରିକେଟ ମ୍ୟାଚରେ ସିଦ୍ଧାର୍ଥ ଶୁକ୍ଳା ଏକ ଟି-ସାର୍ଟ ପିନ୍ଧିଥିବା ନଜର ଆସୁଛନ୍ତି। ଆଉ ଆକ୍ଟର ଏତେ ବଢ଼ିଆ ଅନ୍ଦାଜରେ କ୍ରିକେଟ ଖେଳୁଛନ୍ତି ଯେ ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

 

View this post on Instagram

 

@realsidharthshukla #cricket #mode #on #sidharthshukla @anshul300

A post shared by SidnaazisEmotion (@sidnaaz__is__emotion) on


ସିଦ୍ଧାର୍ଥ ଶୁକ୍ଳାଙ୍କ ସହିତ ଭିଡିଓରେ ଟିକଟକ୍‌ ଷ୍ଟାର ରିୟାଜ ଅଲୀ, ଅଂଶୁଳ ଗର୍ଗ ଏବଂ ରାଘବ ଶର୍ମା ମଧ୍ୟ ନଜର ଆସୁଛନ୍ତି। ପ୍ରଥମ ବଲରେ ହିଁ ସିଦ୍ଧାର୍ଥ ଏମିତି ସଟ୍‌ ମାରୁଛନ୍ତି ଯେ ଯାହାକୁ ଦେଖି ସେଠାରେ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ସିଦ୍ଧାର୍ଥ ଶୁକ୍ଳାଙ୍କର ଏହି ଭିଡିଓ ତାଙ୍କ ଫ୍ୟାନ୍ସ ସେୟାର କରିଛନ୍ତି। ତେବେ ଏହି ଭିଡିଓକୁ ଦେଖିବା ପରେ ଜଣାପଡୁଛି ଯେ ସିଦ୍ଧାର୍ଥ କ୍ରିକେଟରେ ବି ବେଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.