ରାଜ୍ୟ

ମାଲକାନଗିରି: ଧରା ପଡିଲା ଗଞ୍ଜେଇ ହବ, ୩ ଅଭିଯୁକ୍ତ ଗିରଫ

ମାଲକାନଗିରି(କେନ୍ୟୁଜ୍‌): ଧରାପଡିଲା ଅନ୍ତରାଜ୍ୟ ଗଞ୍ଜେଇ ରାକେଟ। ଠାବ ହେଲା ଗଞ୍ଜେଇ ହବ । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ଗଞ୍ଜେଇ। ଏକ ପିକଅପ ଭ୍ୟାନରେ ଚାଲାଣ ବେଳେ ଗଞ୍ଜେଇକୁ ଜବତ କଲା ମାଲକାନଗିରି ଅବକାରୀ ବିଭାଗ। ଗତକାଲି ଠାରୁ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପାଇ ପଦ୍ମଗିରି ଅଞ୍ଚଳରେ ନାଇଟ ପେଟ୍ରୋଲିଂ ଚଳେଇଥିଲା। ତେବେ ଗଞ୍ଜେଇ ମାଫିଆ ପ୍ଲାନିଂ ଅନୁସାରେ ପିକଅପ ଭ୍ୟାନରେ ଗଞ୍ଜେଇ ବୋଝେଇ କରି ସର୍ଗିଗୁଡା ନିକଟରେ ଉଇଂଆ ମାଡକାମୀ ନାମକ ଘରେ ଅନଲୋଡ଼ କରିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୨୫ ବସ୍ତା ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।

ଅନ୍ୟପଟେ ଅଳ୍ପକେ ବର୍ତ୍ତିଗଲେ ୨ ଗଞ୍ଜେଇ କିଙ୍ଗପିନ। ଜବତ ଗଞ୍ଜେଇ ୭୦୦ କେଜି ହେବ, ମୂଲ୍ୟ ଆନୁମାନିକ ୫୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଗିରଫ ୩ ଗଞ୍ଜେଇ ମାଫିଆଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

KNews Bureau

Recent Posts

ଗତକାଲି ଡ୍ୟୁଟି ସାରି ଘରକୁ ଫେରିଥିଲେ, ଆଜି ଡାକ୍ତରଙ୍କ ମିଳୁନି ପତ୍ତା

କାଲିମେଳା : ଘରେ ମୋବାଇଲ ଆଉ ବାଇକ୍ ଅଛି । ହେଲେ ଘରେ ନାହାଁନ୍ତି ଡାକ୍ତର ବାବୁ । ଗତକାଲି…

9 mins ago

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

22 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

25 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

48 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

1 hour ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୭ବର୍ଷ । ଏହି ୭୭ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

1 hour ago