ମାଲକାନଗିରି: ଧରା ପଡିଲା ଗଞ୍ଜେଇ ହବ, ୩ ଅଭିଯୁକ୍ତ ଗିରଫ

ମାଲକାନଗିରି(କେନ୍ୟୁଜ୍): ଧରାପଡିଲା ଅନ୍ତରାଜ୍ୟ ଗଞ୍ଜେଇ ରାକେଟ। ଠାବ ହେଲା ଗଞ୍ଜେଇ ହବ । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମାରୁ ଛତିଶଗଡ଼କୁ ଚାଲାଣ ହେଉଥିଲା ଗଞ୍ଜେଇ। ଏକ ପିକଅପ ଭ୍ୟାନରେ ଚାଲାଣ ବେଳେ ଗଞ୍ଜେଇକୁ ଜବତ କଲା ମାଲକାନଗିରି ଅବକାରୀ ବିଭାଗ। ଗତକାଲି ଠାରୁ ଅବକାରୀ ବିଭାଗ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ପାଇ ପଦ୍ମଗିରି ଅଞ୍ଚଳରେ ନାଇଟ ପେଟ୍ରୋଲିଂ ଚଳେଇଥିଲା। ତେବେ ଗଞ୍ଜେଇ ମାଫିଆ ପ୍ଲାନିଂ ଅନୁସାରେ ପିକଅପ ଭ୍ୟାନରେ ଗଞ୍ଜେଇ ବୋଝେଇ କରି ସର୍ଗିଗୁଡା ନିକଟରେ ଉଇଂଆ ମାଡକାମୀ ନାମକ ଘରେ ଅନଲୋଡ଼ କରିବା ବେଳେ ଅବକାରୀ ବିଭାଗ ଚଢ଼ାଉ କରି ୨୫ ବସ୍ତା ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି।
ଅନ୍ୟପଟେ ଅଳ୍ପକେ ବର୍ତ୍ତିଗଲେ ୨ ଗଞ୍ଜେଇ କିଙ୍ଗପିନ। ଜବତ ଗଞ୍ଜେଇ ୭୦୦ କେଜି ହେବ, ମୂଲ୍ୟ ଆନୁମାନିକ ୫୦ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି। ଏନେଇ ଗିରଫ ୩ ଗଞ୍ଜେଇ ମାଫିଆଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।