Below header

ଗୁଗଲ ପ୍ଲେ ଷ୍ଟୋରରୁ ହଟାଇଥିଲା Paytm, ଏବେ କମ୍ପାନୀ ଲଞ୍ଚ କଲା ନିଜର Mini App Store

ଗତ କିଛିଦିନ ତଳେ ଗୁଗଲ ପ୍ଲେ ଷ୍ଟୋରୁ ପେଟିଏମ୍‌କୁ ହଟାଇଦେଇଥିଲା। କିନ୍ତୁ ୨୪ ଘଣ୍ଟା ପରେ ପୁଣି ଆପ୍‌ଟି ପ୍ଲେ ଷ୍ଟୋରରେ ନଜର ଆସିଥିଲା। ଗୁଗଲର ଏପରି କାମରେ ପେଟିଏମ୍‌ ନାରାଜ ହୋଇ ନିଜର ମିନି ଆପ୍‌ ଷ୍ଟୋର ଲଞ୍ଚ କରିଛି। ୟୁଜର୍ସଙ୍କୁ ପେଟିଏମ୍‌ ଆପ୍‌ ଡାଉନଲୋଡ କରିବା ପାଇଁ ଆଉ ଏକ ଆପ ଷ୍ଟୋରର ଅପସନ ମିଳିଗଲା।

ପେଟିଏମ୍‌ର ଡିଷ୍ଟ୍ରିବ୍ୟୁସନ ଅଧିକ ହେବା କାରଣରୁ ଏହି ମିନି ଆପ୍‌ ଷ୍ଟୋର ଫାଇଦା ଆପ୍‌ ଡେପଲପର୍ସ ଏବଂ ବ୍ରାଣ୍ଡସକୁ ମିଳିବ। ଏହି ମିନି ଆପ୍‌ ଷ୍ଟୋର ଓପନ ସୋର୍ସ ଟେକ୍ନୋଲୋଜି ଯେପରିHTML ଏବଂ ଜାଭାସ୍କ୍ରିପ୍ଟକୁ ଇଣ୍ଟିଗ୍ରେଟ କରିବ ଏବଂ ପେଟିଏମ୍‌ ଆପ୍‌ ୧୫ କୋଟି ଆକ୍ଟିଭ ୟୁଜର୍ସଙ୍କୁ ଆକ୍ସେସ ଦେବ।

paytm

ପେଟିଏମ୍‌ର ସିଇଓ ଏବଂ ଫାଉଣ୍ଡର ବିଜୟ ଶେଖର ଶର୍ମା କହିଛନ୍ତି, ମିନି ଆପ୍‌ ଷ୍ଟୋjରେ ଏନାଲିକ୍ଟସ ପାଇଁ ଡେଭଲପର ଡ୍ୟାସବୋର୍ଡ ସହିତ ଅଲଗା ଅଲଗା ମାର୍କେଟିଂ ଟୁଲ ସହିତ ପେମେଣ୍ଟ କଲେକ୍ସନର ଅପସନ ମଧ୍ୟ ଉପଲବ୍ଧ ହେବ। ଏବେ ଏହି ଆପ୍‌ ଷ୍ଟେରରେ ଅନେକ ଆପ୍‌ର ଏଣ୍ଟ୍ରି ହୋଇଗଲାଣି। ଏବେ1MG, ନେଟମେଡସ୍‌, ଡିକୋଥଲୋନ ଭଳି ଅନେକ ଆପ୍‌ ରହିଛି। ପେଟିଏମ ମୁତାବକ, ଡେଭଲପର୍ସ ଏହି ପ୍ଲାଟଫର୍ମରେ ପେଟିଏମ୍‌ ଓ୍ଵାଲେଟ ଏବଂ ୟୁପିଆଇ ଜରିଆରେ ଜିରୋ ପ୍ରତିଶତ ପେମେଣ୍ଟ ଚାର୍ଜରେ ଆପ୍‌କୁ ଡିଷ୍ଟ୍ରିବ୍ୟୁସନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.