ଖୋର୍ଦ୍ଧା ସହରକୁ ପଶିଲା ହାତୀ, ଭୟରେ ଲୋକେ ଆତଙ୍କିତ

ଖୋର୍ଦ୍ଧା(କେନ୍ୟୁଜ୍‌): ଖୋର୍ଦ୍ଧା ସହର ଭିତରକୁ ପଶିଲା ହାତୀ। ସୂଚନା ମୁତାବକ ଦୁଇଟି ଦନ୍ତା ହାତୀ ଖୋର୍ଦ୍ଧା ସଦର ମୁଖ୍ୟ ଚିକିତ୍ସାଳୟ ପରିସରକୁ ପଶିଛନ୍ତି। ଦନ୍ତା ହାତୀ ଦୁଇଟି ଚକ୍ଷୁ ବିଭାଗ ନିକଟରେ ରହିଥିବା ବେଳେ ଡାକ୍ତର ଏବଂ ନର୍ସ ଷ୍ଟାଫଙ୍କ କ୍ୱାଟର ନିକଟରେ ବୁଲୁଥିବାର ଦେଖିବାକୁ ମିଳିଛି। ଏନେଇ ଭୟରେ ସମସ୍ତ ମେଡିକାଲ ଷ୍ଟାଫ ପୋଲିସ ଏବଂ ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ଷ୍ଟାଫ ପହଞ୍ଚି ନଜର ରଖିବା ସହ ବନ ବିଭାଗ ମଧ୍ୟ ହାତୀ ଘଉଡାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.