Below header

Zomato ଏବଂ Swiggyର ୪ ଡେଲିଭରି ବୟ ମିଶି ଯୁବତୀଙ୍କୁ କଲେ ଗଣ ଦୁଷ୍କର୍ମ, ବିରୋଧ କରିବାରୁ ମାଡ଼ ମାରି ମୁଣ୍ଡ ଫଟାଇଦେଲେ

ଉତ୍ତର ପ୍ରଦେଶର ହାଥରସ ପରେ ଏବେ ହରିୟାଣାର ଗୁରୁଗ୍ରାମରେ ଘଟିଛି ଏକ ହୃଦୟବିଦାରକ ଘଟଣା। ୪ଜଣ ଯୁବକ ମିଶି ୩୨ ବର୍ଷୀୟା ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିବା ପରେ ନିର୍ଦ୍ଦୟ ଭାବେ ମାରପିଟ କରିଛନ୍ତି। ନିସ୍ତୁକ ମାଡ଼ ଯୋଗୁ ଯୁବତୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

nn

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଏକ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ମାମଲା ସଙ୍ଗୀନ ହେବାରୁ ସେଠାରୁ ତାଙ୍କୁ ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲ ପଠାଯାଇଥିଲା। ତେବେ ଖବର ରହିଛି କି, ସଫଦରଗଞ୍ଜ ପରେ ପୀଡିତା ଯୁବତୀଙ୍କୁ ପୁଣି ଗୁରୁଗ୍ରାମର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ପଙ୍କଜ, ପବନ, ରଞ୍ଜନ ଓ ଗୋବିନ୍ଦ। କୁହାଯାଉଛି କି, ଅଭିଯୁକ୍ତମାନେ ସ୍ୱିଗି ଏବଂ ଜମାଟୋରେ ଡେଲିଭରି ବୟ ଅଛନ୍ତି। ସହରର ପୋଶ ଅଞ୍ଚଳ ଡିଏଲଏଫ ଫେଜ ୨ରେ ଏହି ଘଟଣା ଘଟିଛି। ପୂର୍ବରୁ ଏହି ଅଞ୍ଚଳରେ ଜଣେ ଅଭିଯୁକ୍ତ ରହୁଥିଲେ।

htth

ସେଠାକୁ ଉକ୍ତ ଯୁବତୀଙ୍କୁ ଅଣାଯାଇଥିଲା ଏବଂ ପରେ ଅଭିଯୁକ୍ତଙ୍କ ୩ଜଣ ସାଙ୍ଗ ସେଠାରେ ପହଞ୍ଚିଥିଲେ। ଏହାପରେ ୪ଜଣ ମିଶି ଯୁବତୀଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଯୁବତୀ ଯେତେବେଳେ ଏହାକୁ ବିରୋଧ କରିଥିଲେ, ତାଙ୍କୁ ମାରଧାର କରାଯାଇଥିଲା। ଯେତେବେଳେ ତାଙ୍କ ମୁଣ୍ଡ ଫାଟିଯାଇଥିଲା, ଅଭିଯୁକ୍ତମାନେ ଯୁବତୀଙ୍କୁ ରାତି ପାଖାପାଖି ସାଢ଼େ ୨ଟାରେ ସରକାରୀ ହସ୍ପିଟାଲ ନେଇଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.