ସାମ୍ନାକୁ ଆସିଲା ନୂଆ ତଥ୍ୟ, କବାଟ ହ୍ୟାଣ୍ଡେଲ ଛୁଇଁଲେ କିମ୍ବା ଲିଫ୍ଟ ବଟନ ଦବାଇଲେ ବ୍ୟାପି ନ ଥାଏ କରୋନା !

କରୋନା ଭାଇରସ ସଂକ୍ରମଣ ସାରା ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। କରୋନାରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ମାସ୍କ, ସାନିଟାଇଜର ଏବଂ ହ୍ୟାଣ୍ଡ ଗ୍ଲୋଭସ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି। ଏପରିକି, ଘର କବାଟର ହ୍ୟାଣ୍ଡେଲ ଏବଂ ଲିଫ୍ଟ ବଟନ ଦବାଇବା ସମୟରେ ସାବଧାନତା ଅବଲମ୍ବନ କରିବାକୁ କୁହାଯାଉଛି।

ତେବେ ଏହାରି ଭିତରେ ବୈଜ୍ଞାନିକମାନେ ମନକୁ ହାଲୁକା କଲା ଭଳି ତଥ୍ୟ ଜାରି କରିଛନ୍ତି। ଆମେରିକାର University of Californiaରେ ହୋଇଥିବା ଏକ ରିସର୍ଚ୍ଚରେ ଦାବି କରାଯାଇଛି କି କରୋନା ଭାଇରସ ମହାମାରୀ କୌଣସି ବସ୍ତୁର ଉପରି ଭାଗରୁ ବ୍ୟାପି ନ ଥାଏ।

juu

ରିସର୍ଚ୍ଚରେ ଏହା ମଧ୍ୟ କୁହାଯାଇଛି ଯେ କରୋନା ଭାଇରସ ବ୍ୟାପିବାର ମାଧ୍ୟମ ବାସ୍ତବରେ ଶେଷ ହୋଇଯାଇଛି। ରିସର୍ଚ୍ଚ ମୁତାବକ, ବସ୍ତୁର ଉପରି ଭାଗରେ ରହିଥିବା କୌଣସି ବି ଭାଇରସରେ ଏତେ ଦମ ନ ଥାଏ ଯେ ଲୋକଙ୍କୁ ରୋଗାଗ୍ରସ୍ତ କରିଦେବ। ଏହି ଅଧ୍ୟୟନରେ ସାମିଲ ହୋଇଥିବା ପ୍ରଫେସର ମୋନିକା ଗାନ୍ଧୀ କହିଛନ୍ତି, କରୋନାର ପ୍ରସାରକୁ ରୋକିବା ପାଇଁ ହାତ ଧୋଇବା ଏବଂ ନିଜ ଚେହେରାକୁ ନ ଛୁଇଁବାଠୁ ଅଧିକ ଜରୁରୀ ହେଉଛି ସୋସିଆଲ ଡିଷ୍ଟାନସିଂ ପାଳନ ଏବଂ ମାସ୍କ ପିନ୍ଧିବାର ଅଭ୍ୟାସ କରିବା।

gyyg

ତାଙ୍କ କହିବା ହେଲା, ଏହି ରିସର୍ଚ୍ଚ ପରେ ସାରା ବିଶ୍ୱରେ ବ୍ୟାକ୍ଟେରିଆ ନିରୋଧୀ ସ୍ପ୍ରେ କରିବା ଅନାବଶ୍ୟକ ହୋଇପାରେ। କହି ରଖୁଛୁ, କରୋନା ଭାଇରସକୁ ନଷ୍ଟ କରିବା ପାଇଁ ସାରା ବିଶ୍ୱରେ ଏହିପରି ଭାବେ ଚାରିଆଡ଼େ ସ୍ପ୍ରେ କରାଯାଉଛି, ଯାହାକି ଜରୁରୀ ନୁହେଁ।

ମୋନିକା ଗାନ୍ଧୀ କହିଥିଲେ, ଆଖି କିମ୍ବା କୌଣସି ବସ୍ତୁର ଉପରି ଭାଗକୁ ଛୁଇଁବା କରୋନା ଭାଇରସର ମୁଖ୍ୟ କାରଣ ନୁହେଁ। ସୋସିଆଲ ଡିଷ୍ଟାନସିଂ ଏବଂ ମାସ୍କ ପିନ୍ଧିବା ଏହାର ଏକମାତ୍ର ଉପାୟ। ଯେଉଁ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥାନ୍ତି କିମ୍ବା ତାଙ୍କ ନାକରୁ ପାଣି ବାହାରୁଥିବ ଅଥବା ବାନ୍ତି ହେଉଥିବ, ତାଙ୍କ ସଂସ୍ପର୍ଶରେ ଆସିଲେ ଅନ୍ୟ ଜଣଙ୍କୁ କରୋନା ବ୍ୟାପିଥାଏ ବୋଲି ମୋନିକା ଗାନ୍ଧୀ କହିଛନ୍ତି।