ରାଜ୍ୟ

୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ। କୌଣସି ଏକ ବିଶେଷ ସୂତ୍ର ଖବର ପାଇ କୋରାପୁଟ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡି ପିଓ ଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଲମତାପୁଟ ନିକଟ ତୁସୁବା ଛକ ଜଗି ରହିଥିଲେ । ଏହି ସମୟରେ ସଗର ପଟୁ ଆସୁଥିବା ଦୁଇଟି କାରକୁ ଅଟକାଇ ଯାଞ୍ଚ କରିଥିଲେ।

ଯାଞ୍ଚ କରିବାରୁ ଗୋଟିଏ କାର୍ ରୁ ସିକ୍ରେଟ ଚାମ୍ବର ମଧ୍ୟରେ ୧୦ ଟି ଜରି ବସ୍ତା ଓ ଅନ୍ୟ ଏକ କାର ରୁ ୧୮ ଟି ଜରି ପ୍ୟାକେଟରୁ ଗଂଜେଇ ବାହାରି ଥିଲା । ଗଂଜେଇ ଗୁଡ଼ିକୁ ଓଜନ କରିବାରୁ ୪୦୯ କେଜି ୬୦୦ ଗ୍ରାମ ଜଣା ପଡିଛି ଯାହାର ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ।

ଏହି ଗଂଜେଇ ଚୋରା କାରୋବାର ରେ ଗିରଫ ହୋଇଥିବା ଦୁଇ ବ୍ୟକ୍ତି ଝାରସୁଗୁଡ଼ା ଜିଲ୍ଲାର ମୋନଜ ଓରାମ ଓ ମହମ୍ମଦ ସର୍ଫୋରାଜ ।  ଏହି ଗଞ୍ଜେଇ ଓଡ଼ିଶାରୁ ଅନ୍ୟ ରାଜ୍ୟ କୁ ଚାଲାଣ କରିବା ପାଇଁ ଯୋଜନା ଥିବା ବେଳେ ଏଥିରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା ନେ଼ଇ ଅଧିକ ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ ।

Niharanjan

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

6 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

19 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

22 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

42 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago