ରାଜ୍ୟ

ଗଞ୍ଜାମ ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣା: ମାମଲା ରୁଜୁ ହୋଇଥିବା ଜାଣିବା ପରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହାଜତରେ ଗତ ମେ ୩ ତାରିଖରେ ଘଟିଥିବା ମୃତ୍ୟୁ ଘଟଣାରେ ମାମଲା ରୁଜୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯିବା ପରେ ଏନେଇ ଚାଲିଥିବା ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ଗଣେଶ ଡାକୁଆ ମୃତ୍ୟୁ ଘଟଣାରେ ଗୋଳନ୍ଥରା ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ସରକାରୀ ଓକିଲ ହାଇକୋର୍ଟଙ୍କୁ ଜଣାଇଥିଲେ । ଗଣେଶ ଡାକୁଆଙ୍କ ମା’ ହାଇକୋର୍ଟରେ ଦାୟର କରିଥିଲେ ଏକ କ୍ରିମିନାଲ ମିସ୍‌ ପିଟିସନ୍‌ ।

ସେ ଅଭିଯୋଗ ଆଣିଥିଲେ ଯେ, ଗୋଳନ୍ଥରା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଓ ତାଙ୍କ ଭାଇ ଅମିତ ଦାସ ପିଟି ପିଟି ଗଣେଶ ଡାକୁଆଙ୍କୁ ହତ୍ୟା କରିଛନ୍ତି । ପୋଲିସ ପ୍ରଥମେ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିବା ବେଳେ ପରେ ନିଜ ବେଲ୍ଟରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ କହିଥିଲା । ଏଭଳି ହତ୍ୟାକାଣ୍ଡ ପଛରେ ପୋଲିସର ଭୂମିକା ଥିବା ଦର୍ଶାଇ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ହାଇକୋର୍ଟ ପୂର୍ବରୁ ଶୁଣାଣି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଶୁଣାଣି ବେଳେ ଏସଂକ୍ରାନ୍ତରେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ ହେବା ପରେ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ ।

KNews Bureau

Recent Posts

ଦାରିଙ୍ଗବାଡ଼ି: ବଜ୍ରାଘାତରେ ୪ ଗୋରୁ ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ  ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…

26 mins ago

କାଳବୈଶାଖୀର କରାଳ ରୂପ, ବଜ୍ରାଘାତ ନେଲା ୧୨ ଗାଇଙ୍କ ଜୀବନ

ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…

1 hour ago

ସାନଖେମୁଣ୍ଡିରେ କାଳବୈଶାଖୀ ବର୍ଷା, ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…

2 hours ago

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

3 hours ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

4 hours ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

4 hours ago