Below header

ଗଞ୍ଜାମ ଗୋଳନ୍ଥରା ଥାନା ହାଜତ ମୃତ୍ୟୁ ଘଟଣା: ମାମଲା ରୁଜୁ ହୋଇଥିବା ଜାଣିବା ପରେ ପୂର୍ଣ୍ଣଛେଦ ଟାଣିଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ):ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ହାଜତରେ ଗତ ମେ ୩ ତାରିଖରେ ଘଟିଥିବା ମୃତ୍ୟୁ ଘଟଣାରେ ମାମଲା ରୁଜୁ ହୋଇଥିବା ହାଇକୋର୍ଟଙ୍କୁ ଅବଗତ କରାଯିବା ପରେ ଏନେଇ ଚାଲିଥିବା ମାମଲାରେ ପୂର୍ଣ୍ଣଛେଦ ଟାଣିଛନ୍ତି ହାଇକୋର୍ଟ । ଗଣେଶ ଡାକୁଆ ମୃତ୍ୟୁ ଘଟଣାରେ ଗୋଳନ୍ଥରା ଥାନାରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ସରକାରୀ ଓକିଲ ହାଇକୋର୍ଟଙ୍କୁ ଜଣାଇଥିଲେ । ଗଣେଶ ଡାକୁଆଙ୍କ ମା’ ହାଇକୋର୍ଟରେ ଦାୟର କରିଥିଲେ ଏକ କ୍ରିମିନାଲ ମିସ୍‌ ପିଟିସନ୍‌ ।

ସେ ଅଭିଯୋଗ ଆଣିଥିଲେ ଯେ, ଗୋଳନ୍ଥରା ବ୍ଲକ ଉପାଧ୍ୟକ୍ଷ ଅଜିତ ଦାସ ଓ ତାଙ୍କ ଭାଇ ଅମିତ ଦାସ ପିଟି ପିଟି ଗଣେଶ ଡାକୁଆଙ୍କୁ ହତ୍ୟା କରିଛନ୍ତି । ପୋଲିସ ପ୍ରଥମେ ହୃଦଘାତରେ ମୃତ୍ୟୁ ହୋଇଥିବା କହିଥିବା ବେଳେ ପରେ ନିଜ ବେଲ୍ଟରେ ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ କହିଥିଲା । ଏଭଳି ହତ୍ୟାକାଣ୍ଡ ପଛରେ ପୋଲିସର ଭୂମିକା ଥିବା ଦର୍ଶାଇ ହାଇକୋର୍ଟରେ ରୁଜୁ ହୋଇଥିଲା ମାମଲା । ହାଇକୋର୍ଟ ପୂର୍ବରୁ ଶୁଣାଣି କରି ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଶୁଣାଣି ବେଳେ ଏସଂକ୍ରାନ୍ତରେ ହତ୍ୟାକାଣ୍ଡ ମାମଲା ରୁଜୁ ହୋଇଥିବା ସ୍ପଷ୍ଟ ହେବା ପରେ ମାମଲାରେ ପୂର୍ଣ୍ଣଛେଦ ଦେଇଛନ୍ତି ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.