କ୍ୟୁ-ନେଟ୍‌ ସ୍କାମ୍‌ରେ କେନ୍ଦ୍ରାପଡ଼ାର ଅରବିନ୍ଦ କୁମାର ଗିରଫ, ଚିଟ୍‌ଫଣ୍ଡ ଓ ମନି ସାର୍କୁଲେସନ୍‌ ଅଭିଯୋଗରେ ବାନ୍ଧିଛି EOW

କେନ୍ୟୁଜ୍(ବ୍ୟୁରୋ):  Q-ନେଟ୍‌ ସ୍କାମ୍‌ରେ ଅରବିନ୍ଦ କୁମାର ଗିରଫ। କେନ୍ଦ୍ରାପଡ଼ାର ଅରବିନ୍ଦ କୁମାରକୁ ଗିରଫ କରିଛି EOW। ଅରବିନ୍ଦର ଘର କେନ୍ଦ୍ରାପଡ଼ା ଜିଲ୍ଲା ପଳାଇ ଗାଁରେ। Q-ନେଟ୍‌ ହେଉଛି ହଂକଂର ଏକ ମଲ୍‌ଟି ଲେବଲ ମାର୍କେଟିଂ କମ୍ପାନୀ। ଏହାର ଫ୍ରାଞ୍ଚାଇଜ୍‌ ଭାରତରେ ବିହାନ ଡାଇରେକ୍ଟ ସେଲିଙ୍ଗ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାଁରେ ରହିଛି।

ଚିଟ୍‌ଫଣ୍ଡ ଓ ମନି ସାର୍କୁଲେସନ୍‌ ଅଭିଯୋଗରେ ଗିରଫ କରିଛି EOW । ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା। ୩୧ଜଣ ଜମାକାରୀଙ୍କଠୁ ୧.୨ କୋଟି ଟଙ୍କା ଠକିଥିବା ସୂଚନା ରହିଛି। ଏମାନେ ବେଆଇନ ଟଙ୍କା କାରବାର କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.