Below header

“ଓମିକ୍ରୋନ”ର ଭୟାବହତାକୁ ନେଇ ସମସ୍ତ ରାଜ୍ୟକୁ ଗାଇଡ଼ଲାଇନ ଜାରିକଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

କେନ୍ଦ୍ର ଗୃହ ମନ୍ତ୍ରାଳୟ କରୋନାର ନୂଆ ଭାରିୟାଣ୍ଟ “ଓମିକ୍ରୋନ”କୁ ନେଇ ଖୁବ ସଜାଗ ଥିବା ଜଣାଯାଇଛି । ଓମିକ୍ରୋନର ଭୟାବହତାକୁ ଆଶଙ୍କା କରି ମନ୍ତ୍ରାଳୟ ପକ୍ଷରୁ ସମସ୍ତ ରାଜ୍ୟ ମାନଙ୍କୁ ନୂଆ ଗାଇଡ଼ ଲାଇନ ପଠାଯାଇଛି । ଏହାସହ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେହି ଯାତ୍ରୀ ମାନଙ୍କର ଯାଂଚ ଖୁବ କଡାକଡି ଭାବରେ କରାଯିବ । ଏହା ପୂର୍ବରୁ ନଭେମ୍ବର ୨୫ ତାରିଖରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦେଶବ୍ୟାପି ଗାଇଡଲାଇନ ଜାରି କରାଯାଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଗୃହ ମନ୍ତ୍ରଲୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଂଚଳ ପାଇଁ ଆଡଭାଇଜାରୀ ଲାଗୁ କରାଯାଇଛି ।ଗୃହ ମନ୍ତ୍ରାଳୟ ପକ୍ଷରୁ ଲାଗୁ ହୋଇଥିବା ଏହି ସବୁ ନିୟମାବଳୀ ଡିସେମ୍ବର ୩୧ତାରିଖ ଯାଏଁ ଚାଲିବ । ଆଉ ଏଗୁଡ଼ିକୁ ସବୁ ପ୍ରାନ୍ତରେ କଡାକଡି ଭାବରେ ନିୟମମାନ ପାଳନ କରାଯିବ ।

ସୂଚନା ଦେଉଛୁକି, କର୍ଣ୍ଣାଟକ ସ୍ଥିତ ବାଙ୍ଗାଲୋର ବିମାନବନ୍ଦରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଦୁଇ ଜଣ ଯାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ଡେଲଟା ଭେରିୟାଣ୍ଟରେ ପୀଡିତ ଥିବାବେଳେ ଆଉ ଜଣେ “ଓମିକ୍ରୋନ” ଭାଇରସ ଦ୍ୱାରା ଆକ୍ରାନ୍ତ ବୋଲି ଆଶଙ୍କା କରାଯାଉଛି ।ଏହି ମାମଲା ବାବଦରେ ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ସରକାର ଲଗାତାର ଭାବେ କେନ୍ଦ୍ର ସରକାର ଓ ଆଇସିଏମଆର ସହ ସମ୍ପର୍କରେ ଅଛି । କିନ୍ତୁ ଏନେଇ ଆଇସିଏମଆରର ସ୍ୱୀକୃତିକୁ ଅପେକ୍ଷା କରାଯାଇଛି । କହିରଖିବା ଉଚିତ ହେବକି, କୋଭିଡର ଏହି ନୂଆ ଭେରିୟାଣ୍ଟ ତଥା “ଓମିକ୍ରୋନ” ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲେ । ଆଉ ସେବେଠାରୁ ବିଶ୍ୱର ପ୍ରାୟ ୧୭ଟି ଦେଶରେ ଏହି ଭେରିୟାଣ୍ଟ ଠାବ କରାଯାଇସାରିଛି । ଆଉ ଏନେଇ ଅନେକ ଦେଶ ଦକ୍ଷିଣ ଆଫ୍ରିକାକୁ ଉଡାଣ ବାରଣ କରାଯାଇଛି ।

କିନ୍ତୁ ଅନ୍ୟପକ୍ଷରେ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟାଙ୍କ କହିବା ଅନୁଯାୟୀ ଏଯାବତ ଭାରତରେ ଗୋଟିଏ ବି ଓମିକ୍ରୋନ ରୋଗୀ ବାହାରିନାହାନ୍ତି । କିନ୍ତୁ ଆମେ ଏବେଠୁ ସତର୍କ ରହିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.