ଆଗାମୀ IPL ଖେଳାଳି ନିଲାମ ପାଇଁ BCCI ପ୍ରସ୍ତୁତି ଆରମ୍ଭ, ଜାନୁଆରୀରେ ହେବ ନିଲାମ ପ୍ରକ୍ରିୟା

ଆଗାମୀ IPL ଖେଳାଳି ନିଲାମ ପାଇଁ BCCI ପ୍ରସ୍ତୁତି ଆରମ୍ଭ କରିଛି । ଦୁଇଟି ନୂଆ ଫ୍ରାଞ୍ଚାଇଜ୍‌ ଆଗାମୀ ସଂସ୍କରଣରେ ସାମିଲ ହେଉଥିବାରୁ ଖେଳାଳି କିଣାବିକା ନେଇ ଏବେଠୁ ଫ୍ରାଞ୍ଚାଇଜ୍‌ ଅଣ୍ଟା ଭିଡିଛନ୍ତି । ଏହି ପ୍ରକ୍ରିୟାରେ ସିଏସକେ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଆରସିବିର ବିରାଟ କୋହଲି, କେଏଲ ରାହୁଲ, ଜସପ୍ରୀତ ବୁମରା, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରାସିଦ ଖାନଙ୍କ ଭଳି ଖେଳାଳିଙ୍କ ଭବିଷ୍ୟର ଫଇସଲା ହେବ। ୫ଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମା ଓ ଜଶପ୍ରୀତ ବୁମରାଙ୍କୁ ରଖି ବାକି ସବୁ ଖେଳାଳିଙ୍କୁ ନିଲାମ ପାଇଁ ଛାଡ଼ିଦେଇଛି । ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପରକିଙ୍ଗସ୍‌ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ରବିନ୍ଦ୍ର ଜାଦେଜା, ଋତୁରାଜ ଗାଏକଓ୍ଵାଡ୍‌ ଓ ମୋଇନ ଅଲ୍ଲୀଙ୍କୁ ଦଳରେ ରଖିଛି ।

କୋଲକାତା ନାଇଟ ରାଇଡର୍ସ ସୁନିଲ ନାରାଏନ. ଆନ୍ଦ୍ରେ ରସେଲ, ବରୁଣ ଚକ୍ରବର୍ତ୍ତୀ ଓ ଭେଙ୍କଟେଶ ଆୟରଙ୍କୁ ରଖି ବାକି ଖେଳାଳିଙ୍କୁ ଛାଡ଼ିଦେଇଛି । ସନରାଇଜର୍ସ ହାଇଦ୍ରାବାଦ କେବଳ କେନ୍‌ ଓ୍ଵିଲିୟମସନ୍‌ଙ୍କୁ ଦଳରେ ରଖିଥିବା ବେଳେ ରାଜସ୍ଥାନ ରୟାଲସ୍‌ ସଞ୍ଜୁ ସାମସନଙ୍କୁ, ରୟାଲ ଚାଲେଞ୍ଜର୍ସ ବିରାଟ କୋହଲି ଓ ଗ୍ଲେନ୍‌ ମ୍ୟାକ୍ସେଓ୍ଵଲଙ୍କୁ ରଖିଛି । ଦିଲ୍ଲୀ କ୍ୟାପିଟାଲସ୍‌ ଋଷଭ ପନ୍ତ, ପୃଥ୍ଵୀ ଶ, ଅକ୍ଷର ପଟେଲ ଓ ଆନରିଚ୍‌ ନର୍ଜଙ୍କୁ ରଖି ବାକି ସବୁ ଖେଳାଳିଙ୍କୁ ବାଦ୍‌ ଦେଇଛନ୍ତି । ଜାନୁଆରୀରେ ନିଲାମ ପ୍ରକ୍ରିୟା ହେବ ।

ଆଇପିଏଲର ୮ଟି ଯାକ ଟିମ୍‌ ଆରସିବି, ଚେନ୍ନାଇ, ହାଇଦ୍ରାବାଦ, ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ, କୋଲକତା ନାଇଟ ରାଇଡର୍ସ, ରାଜସ୍ଥାନ ଏବଂ ପଞ୍ଜାବ କିଙ୍ଗସ ନିଜ ଟିମରେ କିଏ ରହିବ ଆଉ କିଏ ନାହିଁ ତାହାର ଖୁଲାସା କରିବ। ୨୦୨୨ ଆଇପିଏଲ ନିଲାମୀ ପୂର୍ବରୁ କେବଳ ଚାରିଜଣ ଖେଳାଳି ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.