Below header

ଓମିକ୍ରନ ପ୍ରଭାବିତ ଦେଶରୁ ଫେରିଥିବା ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ: ଡିଏମଇଟି

କେନ୍ୟଜ୍(ବ୍ୟୁରୋ):  ଓମିକ୍ରନ ପ୍ରଭାବିତ ଦେଶରୁ ଫେରିଥିବା ଯାତ୍ରୀଙ୍କ ହେବ ଆରଟିପିସିଆର ଟେଷ୍ଟ। ରିପୋର୍ଟ ନେଗେଟିଭ ଆସିଲେ ବି ସାତଦିନ ଆଇସୋଲେସନରେ ରଖାଯିବ। ସାତ ଦିନ ପରେ ପୁଣି ଥିରେ ଆରଟିପିସିଆର ଟେଷ୍ଟ କରାଯିବ ବୋଲି କହିଛନ୍ତି ଡିଏମଇଟି ରମାରମଣ ମହାନ୍ତି। ପଜିଟିଭ ଚିହ୍ନଟ ଯାତ୍ରୀଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବ । ଯେଉଁ ଯାତ୍ରୀମାନେ ଟ୍ରାଞ୍ଜିଟ ଦେଶ ଦେଇ ଆସୁଛନ୍ତି ସେନେଇ ରାଜ୍ୟ ସରକାରଙ୍କୁ ଜଣାଇବା ପାଇଁ ସ୍ୱାସ୍ଥ୍ୟ ସଚିବ କେନ୍ଦ୍ରକୁ ନିବେଦନ କରିଛନ୍ତି। ତଥ୍ୟ ମିଳିପାରିଲେ ଭୁବନେଶ୍ୱର ଏୟାରପୋର୍ଟରେ ଟ୍ରାକିଂ ପାଇଁ ସୁବିଧା ହେବ।

NCDC ଏବଂ CDC ଗାଇଡଲାଇନ ଅନୁସାରେ ଭାଇରସର ବାସ୍ତବ ସ୍ଥିତିକୁ ବୈଷୟିକ କମିଟି ଯାଞ୍ଚ କରୁଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ଏହା ଗୁରୁତର ବୋଲି ବର୍ତ୍ତମାନ ସୁଦ୍ଧା କୌଣସି ତଥ୍ୟ ମିଳି ପାରିନାହିଁ। ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍‌ସିଂ ଚାଲିଛି। ଯଦି ବିଦେଶରୁ ଆସୁଥିବା ବ୍ୟକ୍ତି ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ତାଙ୍କର ଜିନମ ସିକ୍ୱେନ୍‌ସିଂ କରାଯିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.