Below header

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ଟଙ୍କା ନେବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ CDMO

ଖୋର୍ଦ୍ଧା(କେନ୍ୟୁଜ୍):ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କଠାରୁ ଟଙ୍କା ନେବା ଘଟଣାର ତଦନ୍ତ ନିର୍ଦ୍ଦେଶ। ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ। ମେଡିକାଲ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

ହସ୍ପିଟାଲରେ ଟଙ୍କା କାରବାର ସମୟର ଭିଡିଓ କଏଦ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ବିଭାଗରେ ପ୍ରସୂତିଙ୍କ ଠାରୁ ନିଆଯାଉଛି ଟଙ୍କା । ପ୍ରତି ପ୍ରସବ ପାଇଁ ଦେବାକୁ ୧୨୦୦ ରୁ ୨ ହଜାର ଟଙ୍କା ଦେବାକୁ ପଡୁଥିବା ଅଭିଯୋଗ ହୋଇଛି। ଆଶାକର୍ମୀଙ୍କ ଠାରୁ ଆରମ୍ଭ କରି ମେଡିକାଲ କର୍ମଚାରୀ ଏଥିରେ ସମ୍ପୃକ୍ତିଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.