Below header

ଖୁବ ସାଧାସିଧା ତରିକାରେ ବୟଫ୍ରେନ୍ଡ ଫରହାନ ଶେଖଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ ଶାଲମାଲି ଖୋଲଗାଡ଼େ, ଇନ୍ଷ୍ଟଗ୍ରାମରେ ପୋଷ୍ଟ କଲେ ଫଟୋ

ଏବେ ଦେଶରେ ବିବାହ ଋତୁ ଚାଲିଛି ।  କିଛି ଦିନ ତଳେ ରାଜକୁମାର ରାଓ ଓ ପତ୍ରଲେଖା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।  ଏନେଇ ଦୁହିଁଙ୍କ ଫଟୋ ତଥା ଭିଡିଓ ବି ଖୁବ ଭାଇରାଲ ହୋଇଥିଲା ।  ଆଉ ଅନ୍ୟପକ୍ଷରେ ଭିକି କୌଶଳ କ୍ୟାଟ୍ରିନାଙ୍କ ବିବାହ ପ୍ରସ୍ତୁତି ବି ବେଶ ଧୂମଧାମରେ ଚାଲିଛି ।  ଏମାନଙ୍କ ବିବାହ ଆସନ୍ତା ଡିସେମ୍ୱରରେ ହେବା ନେଇ ସ୍ଥିର ହୋଇଛି ।  ଆଉ ଏବେ ବଲିଉଡର ଜଣାଶୁଣା ଯାଇଯା ଶାଲମଳି ଖୋଳଗଡ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ଜଣାଯାଇଛି ।  ନିଜ ଦୀର୍ଘ ଦିନର ବନ୍ଧୁ ଫାରହାନ ଶେଖଙ୍କ ସହ ବିବାହ କରିଛନ୍ତି ଶାଳିନୀ ।  ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏବାବଦରେ ସୂଚନା ଦେବା ସହ ଫଟୋ ପୋଷ୍ଟ କରିଛନ୍ତି ।  ଏହି ବିବାହ ନଭେମ୍ବର ୨୨ତାରିଖରେ ସମ୍ପନ୍ନ ହୋଇଥିଲା ।

 

View this post on Instagram

 

A post shared by Shalmali (@shalmiaow)

ଏହି ସମୟରେ ଶାଲମଳି ଏକ କମଳା ରଙ୍ଗର ଶାଢ଼ୀ ପିନ୍ଧିଥିବା ବେଳେ ସ୍ୱାମୀ ଫାରହାନ ବି ମ୍ୟାଚିଙ୍ଗ ଅରେଞ୍ଜ କଲରର କୁର୍ତ୍ତା ପିନ୍ଧିଥିଲେ ।  ଏହି ସମୟରେ ଶାଲମଳି ଓ ଫାରହାନଙ୍କ ପରିବାର ଲୋକେ ଓ ବନ୍ଧୁବାନ୍ଧବ ହିଁ ଯୋଗ ଦେଇଥିଲେ ।  ବିବାହ ସମୟର ଏକ ଫଟୋ ଇନ୍ଷ୍ଟଗ୍ରାମରେ ସେୟାର କରି ଏହାର କ୍ୟାପ୍ସନରେ ଲେଖିଥିଲେ-” ୨୦୨୧ ମସିହାର ନଭେମ୍ବର ୨୨ ତାରିଖ ମୋ ଜୀବନର ସବୁଠାରୁ ଗୁତ୍ବପୁର୍ଣ୍ଣ ଦିନ ।  ଏହି ଦିନ ମୁଁ ମୋର ମନର ମଣିଷ ଫାରହାଁନ ଶେଖଙ୍କ ସହ ଯୋଡି ହୋଇଯାଇଛି ।  ଆମେ ଯେଉଁଭଳି ଭାବରେ ଭାବିଥିଲୁ ଠିକ ସେହିପରି ଷ୍ଟାଇଲରେ ହିଁ ବିବାହ କରିଛୁ ।  ଆମ ଘରର ଲିଭିଂଗ ରୁମ କିମ୍ବା ବୈଠକ ଘରେ ଦୁହିଁଙ୍କ ପିତାମାତା ଓ ଭାଇଭଉଣୀଙ୍କ ଉପସ୍ଥିତିରେ ହିଁ ଖୁବ ସାଧାସିଧା ତରିକାରେ ବିବାହ କାର୍ଯ୍ୟ ଶେଷ ହୋଇଛି ।  ଏହି ସମୟରେ ଅଳ୍ପ କିଛି ଜଣ ହିଁ ଉପସ୍ଥିତ ଥିଲେ ।  ଯେବେକି ଆଉ ଏକ ପୋଷ୍ଟରେ ସାଲମୋଲି ଲେଖିଛନ୍ତିକି, ଆମେ ଉଭୟ ହିନ୍ଦୁ ତଥା ମୁସଲିମ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଥିଲୁ ।  ଫାରହାଁନଙ୍କ ଭିଣୋଇ ବିବାହ ସମୟର ମନ୍ତ୍ର ଖୁବ ଭଲ ଭାବରେ ପଢିପାରନ୍ତି ।  ଶାଲମାଳି ଆଉ ଏକ ପୋଷ୍ଟରେ କହିଛନ୍ତିକି, “ମୋ ବାପା ଲଜା ହୋମୋ ଓ ସପ୍ତପଦି କରିଥିଲେ । ”

 

 

View this post on Instagram

 

A post shared by Shalmali (@shalmiaow)

ଅନ୍ୟପକ୍ଷରେ ଶାଲମୋଳିଙ୍କ ଏହି ସବୁ ପୋଷ୍ଟରେ ସେଲିବ୍ରିଟି ମାନେ ଯେମିତିକି ଗୌହର ଖାନ, ଶିଳ୍ପା ରାଓ, ସଲିମ ମରଚାଣ୍ଟ, ବିଶାଳ ଦାଦଲାନିଙ୍କ ସମେତ ଅନ୍ୟମାନେ ଶୁଭେଚ୍ଛା ଜଣାଇଛନ୍ତି ।  କ୍ୟାରିୟର ଭିତରେ ବଲିଉଡକୁ ଅନେକ ହିଟ ସଙ୍ଗ ଦେଇଛନ୍ତି ।  ସେଗୁଡିକ ଭିତରେ ରହିଛି ମେଁ ପରେଶାନ, ଦାରୁ ଦେଶୀ, ବଳମ ପିଚକାରୀ ଆଦି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.