ଭୁବନେଶ୍ବର : ଗୋଲଡେନ୍ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ ରିମାଣ୍ଡରେ ନେବାପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ଲାଗିଛି ବଡ ସୁରାକ୍ । ଓଡିଶା ନୁହେଁ ଦେଶ ବାହାର କମ୍ପାନୀଙ୍କୁ ଚୂନ ଲଗାଇବାକୁ ଯୋଜନା କରୁଥିଲା ଜ୍ୟୋତିରଞ୍ଜନ । ସମସ୍ତ ପ୍ରକାର ଜାଲ କାଗଜପତ୍ର ପ୍ରସ୍ତୁତ କରି ସାରିଥିବା ବେଳେ, ବିଭିନ୍ନ ବିଭାଗର ଜାଲ୍ ଷ୍ଟାମ୍ପ ବି ତିଆରି କରିଥିଲା । ମାଲେସିଆ, ଦୁବାଇ, ସିଙ୍ଗାପୁରରେ ନିଜର ବ୍ୟବସାୟ ଚାଲିଥିବା କହି ଲୋକଙ୍କୁ ଭୂଆଁ ବୁଲାଉଥିଲା ବୋଲି ଇଓଡବ୍ଲ୍ୟୁ ଆଗରେ କହିଛି । ମହାରାଷ୍ଟ୍ର ଥାନେର ଏକ ହସ୍ପିଟାଲକୁ ୨ଶହ କୋଟି ଓ ଭୁବନେଶ୍ୱର ଜେକେ ହସ୍ପିଟାଲକୁ ୫୦କୋଟି ଟଙ୍କାର ଫାଇନାନ୍ସ ଦେବାକୁ କହି ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିଲା । ଏହାସହ ଜ୍ୟୋତିରଞ୍ଜନର କିଛି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଇଓଡବ୍ଲ୍ୟୁ ।
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…
ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…
ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…