Below header

EOW ହାତରେ ବଡ ସୁରାକ୍‌ , ଦେଶ ବାହାର କମ୍ପାନୀକୁ ଚୂନ ଲଗାଇବାକୁ ଯୋଜନା କରୁଥିଲା ଗୋଲଡେନ୍‌ ବାବା

ଭୁବନେଶ୍ବର : ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରାଙ୍କୁ ରିମାଣ୍ଡରେ ନେବାପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ହାତରେ ଲାଗିଛି ବଡ ସୁରାକ୍‌ । ଓଡିଶା ନୁହେଁ ଦେଶ ବାହାର କମ୍ପାନୀଙ୍କୁ ଚୂନ ଲଗାଇବାକୁ ଯୋଜନା କରୁଥିଲା ଜ୍ୟୋତିରଞ୍ଜନ । ସମସ୍ତ ପ୍ରକାର ଜାଲ କାଗଜପତ୍ର ପ୍ରସ୍ତୁତ କରି ସାରିଥିବା ବେଳେ, ବିଭିନ୍ନ ବିଭାଗର ଜାଲ୍‌ ଷ୍ଟାମ୍ପ ବି ତିଆରି କରିଥିଲା । ମାଲେସିଆ, ଦୁବାଇ, ସିଙ୍ଗାପୁରରେ ନିଜର ବ୍ୟବସାୟ ଚାଲିଥିବା କହି ଲୋକଙ୍କୁ ଭୂଆଁ ବୁଲାଉଥିଲା ବୋଲି ଇଓଡବ୍ଲ୍ୟୁ ଆଗରେ କହିଛି । ମହାରାଷ୍ଟ୍ର ଥାନେର ଏକ ହସ୍ପିଟାଲକୁ ୨ଶହ କୋଟି ଓ ଭୁବନେଶ୍ୱର ଜେକେ ହସ୍ପିଟାଲକୁ ୫୦କୋଟି ଟଙ୍କାର ଫାଇନାନ୍ସ ଦେବାକୁ କହି ଜାଲ କାଗଜପତ୍ର ପ୍ରସ୍ତୁତ କରୁଥିଲା । ଏହାସହ ଜ୍ୟୋତିରଞ୍ଜନର କିଛି ବ୍ୟାଙ୍କ ଆକାଉଣ୍ଟ ଜବତ କରିଛି ଇଓଡବ୍ଲ୍ୟୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.