Below header

ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ : କେନ୍ଦ୍ର ଆଇନ ମନ୍ତ୍ରୀ କହିଲେ, ସୁପାରିଶ ମିଳିବା ପରେ ଆରମ୍ଭ ହେବ ପ୍ରକ୍ରିୟା

ନୂଆଦିଲ୍ଲୀ : ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଜବାବ ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ। ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି, ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରି ବେଞ୍ଚ ସ୍ଥାପନ ପାଇଁ ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର । ଯଶୱନ୍ତ ସିଂହ କମିସନଙ୍କ ପ୍ରସ୍ତାବ ଓ ସୁପ୍ରିମକୋର୍ଟଙ୍କ ରାୟ କ୍ରମେ ଗୋଟିଏ ସ୍ଥାନରେ କେବଳ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଇପାରିବ । ହାଇକୋର୍ଟର ମୁଖ୍ୟ ବିଚାରପତି ହାଇକୋର୍ଟ ଓ ଏହାର ବେଞ୍ଚର ମୁଖ୍ୟ। ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ମୁଖ୍ୟ ବିଚାରପତିଙ୍କ ସହ ରାଜ୍ୟ ସରକାରଙ୍କ ସହ ଆଳୋଚନା କରିବେ।

ସୁପାରିଶ ସମ୍ପର୍କରେ କେନ୍ଦ୍ରକୁ ଅବଗତ କରାଇବା ପାଇଁ କହିଛନ୍ତି ଆଇନମନ୍ତ୍ରୀ। ଦେଶର ସମସ୍ତ ହାଇକୋର୍ଟରେ ଏହି ପ୍ରକ୍ରିୟାରେ କାର‌୍ୟ୍ୟ ହେଉଛି। ଥରେ ହାଇକୋର୍ଟଙ୍କ ସୁପାରିଶ ମିଳିବା ପରେ, ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଯୋଗାଇ ଦେବେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦିଗରେ ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଲୋଚନାର ସମ୍ପୂର୍ଣ୍ଣ ମତାମତ ମିଳିବା ପରେ କେନ୍ଦ୍ର ସରକାର ପଦକ୍ଷେପ ନେବେ ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ। ଗତ ୧୧ତାରିଖରେ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.