ହାତ ଛାଡି ଶଙ୍ଖ ଫୁଙ୍କିପାରନ୍ତି ପ୍ରକାଶ ବେହେରା, ଯୋଗେଶ ସିଂ ଏବଂ ପ୍ରଫୁଲ ମାଝୀ

ଭୁବନେଶ୍ବର : ନବଙ୍କ ରାସ୍ତାରେ ଯିବେ କି ପ୍ରକାଶ ବେହେରା, ଯୋଗେଶ ସିଂ ଏବଂ ପ୍ରଫୁଲ ମାଝୀ ? ଏହି ୩ କଂଗ୍ରେସ ବିଧାୟକ ବିଜେଡିରେ ସାମିଲ ହେବା ନେଇ ଚାଲିଛି ଚର୍ଚ୍ଚା । ସାଲେପୁର ବିଧାୟକ ପ୍ରକାଶ ବେହେରା ପୂର୍ବରୁ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି । କହିଛନ୍ତି, ୨୦ ବର୍ଷ ଧରି ବିଜେଡି ଭଲ ସ୍ଥିତିରେ ରହିଛି । ଆଗାମୀ ନିର୍ବାଚନ ହାଇକମାଣ୍ଡଙ୍କ ନିଷ୍ପତ୍ତିରେ ଲଢ଼ିବେ। ତେବେ କେଉଁ ଦଳର ହଇକମାଣ୍ଡଙ୍କ ନିଷ୍ପତ୍ତିରେ ଲଢ଼ିବେ ସଂପର୍କିତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି ପ୍ରକାଶ ।

ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ଦଳ ଛାଡ଼ିବା ନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ଚର୍ଚ୍ଚା ହେବା ସ୍ୱାଭାବିକ ବୋଲି କହିଛନ୍ତି । ଜନସାଧାରଣଙ୍କ ପ୍ରତିନିଧି ହୋଇଥିବାରୁ ଲୋକଙ୍କ ପାଇଁ ସେ କାମ କରିବେ। ଆସନ୍ତା ୨୫ରେ ତାଙ୍କର କିଛି କାର୍ଯ୍ୟକ୍ରମ ଥିବାରୁ ରାହୁଲଙ୍କ ସଭାରେ ଯୋଗ ଦେଉନଥିବା କହିଛନ୍ତି ଯୋଗେଶ । ସେହିପରି ତଳସରା ବିଧାୟକ ପ୍ରଫୁଲ ମାଝୀଙ୍କୁ ନେଇ ମଧ୍ୟ ସସପେନ୍ସ ଲାଗି ରହିଛି ।

ହାତ ମୁଠା ଦୁର୍ବଳ ହେବାରେ ଲାଗିଛି । ରାହୁଲଙ୍କ ଗସ୍ତ ପୁର୍ବରୁ କଂଗ୍ରେସ ବିଧାୟକ ଦଳ ଛାଡ଼ିବା ଶକ୍ତ ଧକ୍କା କୁହାଯାଉଛି । ଏପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି ଯିଏ ଦଳ ଛାଡିଲେ ବି କିଛି ଫରକ ପଡ଼ିବନି । ଆଗକୁ ନିର୍ବାଚନ । ଦଳୀୟ ଟିକେଟ ନପାଇଲେ ନେତା ଦଳ ଛାଡ଼ିବା ଅଧିକ ସମ୍ଭାବନା । ତେବେ ଏହାପୂର୍ବରୁ ବିଧାୟକ ଦଳ ଡିଆଁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave A Reply

Your email address will not be published.