Below header

ପୁଣି ଦାଦନ ଦୁଃଖ : ତାମିଲନାଡୁରେ ଓଡ଼ିଶା ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ସମ୍ବଲପୁର (କେନ୍ୟୁଜ୍) : ରାଜ୍ୟରେ କାମଧନ୍ଦା ଅଭାବରୁ ବାହାର ରାଜ୍ୟକୁ ଏବେ ବି ଦାଦନ ଭାବେ ଯାଉଛନ୍ତି ଅନେକ । କେବେ ଦଲାଲ୍ ହାବୁଡ଼ରେ ପଡ଼ି ଶୋଷଣର ଶିକାର ହେଉଛନ୍ତି ତ ଆଉ କେବେ ମାଲିକର ନାଲିଆଖି ଓ ନିର୍ଯ୍ୟାତନାରେ ଅତିଷ୍ଠ ହେଉଛନ୍ତି । ଏମିତି ଏକ ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋଛରା ଗାଁରୁ । ଏହି ଗାଁର ଅଧିକାଂଶ ପରିବାର ଗରିବ ଶ୍ରେଣୀର । ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି ଏମାନେ । ଗତମାସ ସଇଡା ଗାଁର ନାରାୟଣ ପୃଷ୍ଟି ଏବଂ ସୁଶାନ୍ତ ସେଠୀ ଗୋଛରା ଗାଁର ୮ଜଣଙ୍କୁ କାମ ଦେବାର ଲୋଭ ଦେଖାଇ ଭୁବନେଶ୍ୱର ନେଇଥିଲେ ।

୪ଦିନ ପରେ ଜଣେ ଦଲାଲ ମାଧ୍ୟମରେ ତାମିଲନାଡୁ ପଠାଇ ଦେଇଥିଲେ । ସେଠାରେ ଏକ କମ୍ପାନୀରେ ୧୨ଘଣ୍ଟା କାମ କରାଇବା ସହ ନିର୍ଯ୍ୟାତନା ଦିଆ ଯାଉଥିବା ପରିବାର ଲୋକଙ୍କୁ ଜଣାଇଥିଲେ ଶ୍ରମିକମାନେ । ଏବେ ପରିବାର ଲୋକେ ସେମାନଙ୍କୁ ଫେରାଇବାକୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଶ୍ରମିକଙ୍କ ପରିବାର ପକ୍ଷରୁ ଅଭିଯୋଗ ପାଇବା ପରେ ସେମାନଙ୍କୁ ଶୀଘ୍ର ଫେରାଇ ଅଣାଯିବ ବୋଲି ସମ୍ବଲପୁର ଜିଲ୍ଲାପାଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.