Below header

ସୁନ୍ଦରଗଡ଼ ହେମଗିରିରେ ଖଣି ବିସ୍ଥାପିତଙ୍କ ଆନ୍ଦୋଳନ, ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି ସହ କ୍ଷତିପୂରଣ ଦାବି

ସୁନ୍ଦରଗଡ଼(କେନ୍ୟୁଜ୍) : ହେମଗିରି ବ୍ଳକରେ ଖଣି ବିସ୍ଥାପିତଙ୍କ ଆନ୍ଦୋଳନ । ବିସ୍ଥାପିତଙ୍କ ସମସ୍ୟା ଦୂର କରିବାରେ ଖଣି କର୍ତ୍ତୃପକ୍ଷ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ପ୍ରାୟ ୧୨ ହଜାର ଏକର ଜମିରେ ଖୋଲିଥିବା କୋଇଲା ଖଣି ପାଇଁ ବିସ୍ଥାପିତ ହୋଇଥିଲେ ୪ଟି ଗାଁର ଲୋକେ । କମ୍ପାନୀ ଖୋଲିବା ସମୟରେ ମିଳିଥିଲା ଅନେକ ପ୍ରତିଶ୍ରୁତି । ହେଲେ ପରେ କମ୍ପାନୀ କର୍ତ୍ତୃପକ୍ଷ ସବୁ ଭୁଲି ଯାଇଥିବା ଅଭିଯୋଗ କରାଯାଇଛି । ବିସ୍ଥାପିତଙ୍କୁ ସ୍ଥାୟୀ ନିଯୁକ୍ତି,ଉପଯୁକ୍ତ କ୍ଷତିପୂରଣ ଦାବି ଆଦି ପ୍ରଦାନ କରିବାକୁ ଦାବି କରାଯାଇଛି । କିଛି ମାତ୍ରାରେ ବର୍ତ୍ତମାନ ଦାବି ପୂରଣ ହୋଇଥିବା ବେଳେ କମ୍ପାନିରେ ବିବାହିତ ଝିଅ ମାନଙ୍କୁ ନିଯୁକ୍ତି ପ୍ରଦାନ ଦାବିରେ ଆନ୍ଦୋଳନ କରାଯାଇଛି । ହେଲେ କମ୍ପାନି କର୍ତ୍ତ ୃପକ୍ଷ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି ଦାବି ପୁରଣ ନହେବା ପର‌୍ୟ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ସ୍ଥାନୀୟ ସରପଞ୍ଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.